ବଇଁଚୁଆ ପଞ୍ଚାୟତରେ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟିତ

ବାଲିଅନ୍ତା: ସ୍ଥାନୀୟ ବଇଁଚୁଆ ପଞ୍ଚାୟତ ପରିସରରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିାଣ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପ ଆଜି ଉଦଘାଟିତ ହୋଇଯାଇଛି। ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏସବୁ ପ୍ରକଳ୍ପର ଉଦଘାଟନ କରିଥିଲେ। ‌ଏହି ଅବସରରେ ବିଧାୟକ ପ୍ରଥମେ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୬ଟି ଦୋକାନ ଗୃହ ବିଶିଷ୍ଟ ମାର୍କେଟ କଂମ୍ପ୍ଲେକ୍ସକୁ ଉଦଘାଟନ କରିଥିଲେ। ଏହାପରେ ସଭାଗୃହ ସମେତ ପରିପାଟୀ ତଥା ଅନ୍ୟାନ୍ୟ ଭିତ୍ତିଭୂମିର ଉଦଘାଟନ କରିଥିଲେ। ଏହି ପରିପେକ୍ଷୀରେ ଆୟୋଜିତ ସଭାରେ ୱାର୍ଡ଼ ସଭ୍ୟ ବେଣୁଧର ପରିଡ଼ା ସଭାପତିତ୍ବ କରିଥିଲେ। କୋଭିଡ଼ରେ ମୃତ୍ୟୁବରଣ କରିଥିବା ସରପଞ୍ଚ ସ୍ବର୍ଗତଃ ବିଜୟ କୁମାର ସାହୁଙ୍କ ପରିବାର ପ୍ରତି ବିଧାୟକ ଗଭୀର ସମବେଦନା ଜଣାଇଥିଲେ।

Sambad

ତାଙ୍କ ମୃତ୍ୟୁରେ ସଭାରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ସାହୁଙ୍କ ସମୟରେ ପଞ୍ଚାୟତରେ ହୋଇଥିବା ବିଭିଧ ଜନକଳ୍ୟାଣମୂଳକ କାର୍ଯ୍ୟ ସବୁଦିନ ପାଇଁ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ ବୋଲି ବକ୍ତାମାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଆଦିକନ୍ଦ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଅରୁନ୍ଧତୀ ସାହୁ, ସରପଞ୍ଚ ଦାୟିତ୍ବରେ ଥିବା ନାଏବ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବେହେରା, ସମିତି ସଭ୍ୟା ରାଜଲକ୍ଷ୍ମୀ ନାଥ, ବିଜୟ କୁମାର ନାଥ, ପିଇଓ ଅଜୟ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମାଜସେବୀ ଶରତ ଚନ୍ଦ୍ର ଦାସ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର