୨ ବ୍ରାଉନ୍‌ ସୁଗାର ବେପାରୀ ଗିରଫ, ୩୨.୪୧ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ

ରାଉରକେଲା: କିଛି ଦିନର ବ୍ୟବଧାନ ପରେ ପୁଣି ସହରରେ ଆରମ୍ଭ ହୋଇଯାଇଛି ଅବାଧ ନିଶାକାରବାର। ନୂଆବସ୍‌ଷ୍ଟାଣ୍ଡ, ନାଲାରୋଡ, ପ୍ଳାଣ୍ଟସାଇଟ୍‌ ସମେତ ଅନ୍ୟାନ୍ୟ ସ୍ଥାନରେ ଚାଲିଛି ଗଞ୍ଜେଇ, ବ୍ରାଉନ୍‌ ସୁଗାର, ଚରସ୍‌ର ଚୋରାକାରବାର। ଗତକାଲି ସକାଳେ ପ୍ଲାଣ୍ଟସାଇଟ୍‌ ପୁଲିସ ଚଢ଼ଉ କରି ମୀନାପଡା ରିଂରୋଡ ନିକଟରୁ ଦୁଇ ବ୍ରାଉନ୍‌ ସୁଗାର ବେପାରୀକୁ ଗିରଫ କରିଛି। ଗିରଫ‌ ବେପାରୀମାନେ ହେଲେ ନାଲାରୋଡ ଆର୍‌ଡିଏ ବିଲ୍‌ଡିଂ ମାଟି ରୋଡ ସାରଳା ମାର୍କେଟର ସନାଉଲ୍ଲା ଖାନ୍‌ ଓରଫ ଜଗୁ (୩୭), ରଘୁନାଥପାଲୀ ଥାନା ଅନ୍ତର୍ଗତ ପାନପୋଷ କୋଏଲ ବ୍ୟାଙ୍କ ବସ୍ତିର ନଦୀମ ଖାନ୍‌ (୩୩)। ଏମାନଙ୍କ ନିକଟରୁ ପୁଲିସ ୩୨.୪୧ ଗ୍ରାମ ଓଜନ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିଛି। ଏମାନଙ୍କ ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି ? ଏମାନେ କେଉଁଠୁ ଏସବୁ ନିଶା ଦ୍ରବ୍ୟ ଆଣୁଥିଲେ ? ପୁଲିସ ତା’ର ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ମୁତବାକ ଗିରଫ ଦୁଇ ବେପାରୀ ପକେଟ୍‌ରେ ବ୍ରାଉନ୍‌ ସୁଗାର ବିକିବାକୁ ଯାଉଥିବା ପ୍ଲାଣ୍ଟସାଇଟ୍‌ ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପ୍ଲାଣ୍ଟସାଇଟ୍‌ ଥାନାର ଏସ୍ଆଇ ଭୁବେନ୍ଦ୍ର ପ୍ରସାଦ ମାଝି, ଏଲ୍‌. ତାଣ୍ଡି, ଏଏସ୍ଆଇ ପି.ବି. ମହାନ୍ତ, ହାବିଲଦାର ଏମ୍‌.କେ. ନାୟକ, ବି.କେ. ପ୍ରଧାନ, ବି.କେ. କିରୋ, ଆର୍‌. ଡୁଙ୍ଗଡୁଙ୍ଗ ନେତୃତ୍ବରେ ଗଠିତ ଟିମ୍‌  ମୀନାପଡାରେ ଚଢ଼ଉ କରି ଦୁହିଁଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର