ଟିକା ନେଲେନି ୩୫ ଜଣ ସ୍ବାସ୍ଥ୍ୟକର୍ମୀ

କୁତ୍ର‌ା: ବହୁ ପ୍ରତିକ୍ଷିତ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ର ସମୁଦାୟ ୬୫୩ ଜଣ କରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ପାଇଁ ଚିହ୍ନଟ କରାଯାଇଛି। ସେଥି ମଧ୍ୟରୁ ୨୮୪ ଜଣ ମେଡିକାଲ ଷ୍ଟାଫ୍ ରହିଥିବାବେଳେ ୩୬୯ ଜଣ ଅଙ୍ଗନବାଡି କର୍ମୀ ସହାୟିକା ରହିଛନ୍ତି। ତେବେ କୁତ୍ରା ସିଏଚ୍‌ସିରେ କାର୍ଯ୍ୟରତ ୩୫ ଜଣ ଏଏନ୍ଏମ୍, ଏମ୍ ପିଏଚ୍‌ଡବ୍ଲୁ, ଏମ୍‌ପିଏଚ୍‌ବି ସ୍ବାସ୍ଥ୍ୟ କର୍ମଚାରୀ ତାଙ୍କୁ ସରକାରଙ୍କ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଆଜି କରୋନା ଟିକା ନ ନେଇ କଳାବ୍ୟାଜ୍‌ ପିନ୍ଧି ନିଜର କାର୍ଯ୍ୟ ସଂପାଦନ କରିଛନ୍ତି। ସେମାନେ କରୋନା ସମେତ ଅନ୍ୟ ସମୟରେ ଲୋକଙ୍କୁ ସେବା ଦେବାରେ ଅବହେଳା ପ୍ରଦର୍ଶନ କରୁ ନଥିଲେ ହେଁ ସରକାର ତାଙ୍କ ପ୍ରତି ଉଦାସୀନ ମନୋଭାବ ପ୍ରତିପୋଷଣ କରିଥିବାରୁ ସେମାନେ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିବା ସହ ଏହି ମର୍ମରେ କୁତ୍ରାରେ କାର୍ଯ୍ୟରତ କର୍ମଚାରୀ ଲିଖିତ ଭାବେ ଏକ ଦାବିପତ୍ର କୁତ୍ରା ସିଏଚ୍‌ସିର ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର