ଚାଷୀଙ୍କ ସମସ୍ୟା ନେଇ ନୂଆପଡା ବିଜେପି ପକ୍ଷରୁ ୩୫୩ ନଂ ଜାତୀୟ ରାଜପଥ ଅବରୋଧ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ପ୍ରାୟ ୩ ଲକ୍ଷରୁ ଊର୍ଧ୍ବ ପଞ୍ଜୀକୃତ ଚାଷୀଙ୍କ ଧାନ ପଡି ରହିଛି। ଯାହାଫଳରେ ଶୁକ୍ରବାର ଦିନ ନୂଆପଡ଼ା ବିଜେପି ପକ୍ଷରୁ ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ରାସ୍ତା ଜାମ୍ ଫଳରେ ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଛିଡ଼ା ହୋଇ ରହିଛି। ବିଜେପିର ଦାବି ଯେ ଜିଲ୍ଲାର ମଣ୍ଡିରେ ପଡିରହିଥିବା ଧାନକୁ ତୁରନ୍ତ ଉଠାଯାଉ। ମଣ୍ଡିରେ ମିଲସର ରାଜୁତି ବନ୍ଦ କରାଯାଉ, ଚାଷୀଙ୍କ ବାତିଲ ଟୋକନକୁ ତୁରନ୍ତ ରିଲିଜ କରାଯାଉ।

ମଣ୍ଡିରେ କଟନୀଛଟନୀ ବନ୍ଦ କରିବା ସହ କଟନୀଛଟନୀ କରୁଥିବା ପେକ୍ସ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ।  ୯ ଦଫା ଦାବି ନେଇ ଜାତୀୟ ରାଜପଥ ଅବରୋଧ କରାଯାଇଛି।

ଖବର ପାଇ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଡେପୁଟି କଲେକ୍ଟର ସୁଶାନ୍ତ ରଣା ପହଞ୍ଚି ଆନ୍ଦୋଳନକାରୀକାରୀ  ସହ ଆଲୋଚନା ପରେ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଧାରଣାରେ ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପ୍ରସନ୍ନ ପାଢ଼ୀ, ଖଡିଆଳ ପୂବତନ ବିଧାୟକ ହିତେସ ବଗତ୍ତୀ, ହୋମ ସିଂ ମାଝୀ, ଗୋଲଡି ଅଗ୍ରଓ୍ବାଲ, ସରିତା ସିଂ,ଜେମାମଣି ପାଣେ, କମଲେସ ଦିକ୍ଷୀତ, ଲାଲାରାମ ସାହୁ, ତୁଲସ ପଟେଲ, ଅର୍ଜୁନ ଜଗତ ପ୍ରମୁଖ ବିଜେପି କର୍ମୀ ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧିତ ଖବର