ଶିକ୍ଷିତ ଯୁବତୀଙ୍କ ପାଇଁ ନିଯୁକ୍ତି ମେଳା: ୩୬୦ ଜଣଙ୍କୁ ନିଯୁକ୍ତି

‘ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ର ନିଯୁକ୍ତି ମେଳା

ରାଉରକେଲା: ରାଉରକେଲାରେ ଆଜି ନିଆରା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କର୍ମନିୟୋଜନ କାର୍ଯ୍ୟାଳୟ ପରିସରରେ ‘ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ କେବଳ ଯୁବତୀମାନଙ୍କ ପାଇଁ ଏହି ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୋଟ୍‌ ୧୪୭୯ ଜଣ ଶିକ୍ଷିତ ଯୁବତୀ ପଞ୍ଜିକରଣ କରିଥିଲେ। ପରେ ଯୋଗ୍ୟତା ଭିତ୍ତିରେ ୩୬୦ ଜଣଙ୍କୁ ଚୟନ କରାଯାଇଛି। ସେଠାରେ ହିଁ ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। କୃତି ଛାତ୍ରୀଙ୍କୁ କର୍ଣ୍ଣାଟକରେ ନିୟୋଜିତ କରାଯିବ। ମାସିକ ଦରମା ହାରାହାରି ୧୫ ହଜାର ଟଙ୍କା ଥିବାବେଳେ ସମସ୍ତଙ୍କର ରହିବା, ଖାଦ୍ୟପେୟ ବ୍ୟବସ୍ଥା କମ୍ପାନି ବହନ କରିବ। ଜିଲ୍ଲା କର୍ମନିୟୋଜନ ଅଧିକାରୀ ଜ୍ୟୋତି ପ୍ରକାଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ନିଯୁକ୍ତି ମେଳାକୁ ‘ଟାଟା ଇଲେକ୍ଟ୍ରାନିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ର ମାନବ ସମ୍ବଳ ଅଧିକାରୀ, ବିଭାଗୀୟ କର୍ମଚାରୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର