କନ୍ଧମାଳ: ପୁଲିସ ଗୁଳିରେ ୪ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳ ସୁଦୂରକୁମ୍ପାରେ ରବିବାର ଅପରାହ୍ନରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ୪ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୮ଟି ବନ୍ଧୁକ ଓ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ ହୋଇଛି। ୮ଟି ବନ୍ଧୁକ ଭିତରେ ଏକେ-୪୭ ଓ ଇନ୍‌ସାସ୍‌ ରହିଛି।

ସୂଚନାଯୋଗ୍ୟ, ଗୋଲାଙ୍କି ଗ୍ରାମରେ ମାଓମେଳି ସମୟରେ ପୁଲିସ ଏନ୍‌କାଉଣ୍ଟରେ ୪ଜଣ ମାଓବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟେରେ ଦୁଇଜଣ ପୁରୁଷ ଓ ଦୁଇଜଣ ମହିଳା ଥିବା ଜଣାପଡ଼ିଛି। ଏବେ ବି ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

ସମ୍ବନ୍ଧିତ ଖବର