୫ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରିର ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ସଂଗଠନରେ ଚାଲିଥିବା ଭେଦଭାବ ଏବଂ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ।

ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ମୋହିତ ଗର୍ଗଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ପାୟକୋ ମାଣ୍ଡବି(୨୨),ଗୁଡ୍ଡି ଧ୍ରୁବା(୨୦),ଭୀମା କୋବାଚି(୪୦),ବୁଧୁ ଚେରକା(୪୮) ଓ ସୋନୁ ଉସେଣ୍ଡି(୩୫)।ଏମାନେ ଗତ ଚାରି ପାଞ୍ଚ ବର୍ଷ ଧରି ନକ୍ସଲ ସଂଗଠନରେ ମିଲିସିଆ ଭାବେ କାମ କରୁଥିଲେ।ଆତ୍ମସମର୍ପଣ କରିବା ପରେ ପୁଲିସ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଏଥିସହ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର