ସରକାରୀ ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର; ୫୧ ୟୁନିଟ୍ ସଂଗୃହୀତ 

ରାୟଗଡ଼ା: ରାୟଗଡ଼ା ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଯୁବ ରେଡକ୍ରସ-ଏଚଡିଏଫସି ବ୍ୟାଙ୍କ-ନାଗାବଳୀ ଲାୟନସ୍ କ୍ଲବ୍-ଝଞ୍ଜାବତୀ ୱାକର୍ସ କ୍ଲବ୍-ସମ୍ବାଦ-ଆମ ଓଡ଼ିଶାର ମିଳିତ ସହଯୋଗରେ ଅନୁଷ୍ଠିତ ଶିବିରରୁ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ମୁଖ୍ୟଅତିଥି ଭାବେ ଡା. ବି. ଏଲ୍. ଏନ୍. ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଡ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ମହାବିଦ୍ୟାଳୟ ଛାତ୍ରୀ, କର୍ମଚାରୀ, ସିଆରପିଏଫ୍ ଯବାନ, ବ୍ୟାଙ୍କ କର୍ମଚାରୀ ଓ ଯୁବ ଗୋଷ୍ଠୀ ଶିବିରରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ଅର୍ଚ୍ଚନା ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପିକା କୃଷ୍ଣପ୍ରିୟା ସାହାଣୀ, ଜାତୀୟ ସେବା ଯୋଜନା ଅଧିକାରୀ ଫାରହା ନାଜ୍, ଅଧ୍ୟାପିକା ଡ. ସରିତା ମିଶ୍ର, ଏନସିସି ଅଫିସର୍ ରୀତାରାଣୀ ମିଶ୍ର, ଅଧ୍ୟାପିକା ପ୍ରତିମା ପଣ୍ଡା, ଅଧ୍ୟାପକ ରଘୁନାଥ ଭୋଇ, ଶୁଭାଶିଷ ଚୌହାନ୍, କରୁଣା କାରକେଟା, ଅଧ୍ୟାପକ ଡ. ପ୍ରସନ୍ନ କୁମାର ଗନ୍ତାୟତ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶଶୀଭୂଷଣ ପଟ୍ଟନାବୟକ, ଆଇନଜୀବୀ ଶୁଭ୍ରା ପଣ୍ଡା, ନାଗାବଳୀ ଲାୟନସ୍ କ୍ଲବର ପୂର୍ବତନ ସଭାନେତ୍ରୀ ସୁଜାତା ମାଦଳା, ପି. ଅରୁଣା, ଏଚଡିଏଫସି ବ୍ୟାଙ୍କ ଅଧିକାରୀ ସନ୍ତୋଷ ଆଚାର୍ଯ୍ୟ, ସମ୍ବାଦ-ଆମ ଓଡ଼ିଶାର ରାୟଗଡ଼ା ଜିଲ୍ଲା ପ୍ରତିନିଧି ନବୀନ ଚନ୍ଦ୍ର ସାହୁ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଶିବିରକୁ ପରିଚାଳନା କରିଥିଲେ। ରାୟଗଡ଼ା ରକ୍ତ ଭଣ୍ଡାରର ଲ୍ୟାବ ଟେକ୍ନିସିଆନ୍ ସରୋଜକାନ୍ତ ଆଚାର୍ଯ୍ୟ, ବି. କିଶୋର କୁମାର, ଷ୍ଟାଫ୍ ନର୍ସ ନନ୍ଦିନୀବାଳା ସ୍ବାଇଁ, ଉମାଶଙ୍କର ମିଶ୍ର, ହେମନ୍ତ କୁମାର ନାୟକ, ଶଙ୍କର ତାଡ଼ିଙ୍ଗ୍ ଶିବିରରେ ଯୋଗଦେଇ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ।

ରକ୍ତଦାତା ଜୀବନଦାତା: ମଳୟ ରଞ୍ଜନ ମିଶ୍ର, ବି. ସନ୍ତୋଷ, ସଞ୍ଜୟ ସାହୁ, କେ. ଭେଙ୍କେଟେଶ୍, ପ୍ରେମେନ୍ଦ୍ର ପୃଷ୍ଟି, ବିମଳ କୁମାର ବେହେରା, ଲକ୍ଷ୍ମୀପ୍ରିୟା ହନ୍ତାଳ, ଗଣେଶ୍ବର ଟାକିରି, ଗୋପିନାଥ ସାହୁ, ଜୟରାମ ଲିମା, ସୁରେଶ କୁମାର କଣ୍ଡାଗିରି, ଜେ. ଦୁର୍ଗା ପ୍ରସାଦ, କେଶବ ବେହେରା, ସହଦେବ କରକରିଆ, ଜିତେନ୍ଦ୍ର ମହାନନ୍ଦିଆ, ଡେଭିଡ୍ ଜୋସେଫ୍, ଚଣ୍ଡିପ୍ରସାଦ ପଣ୍ଡା, ବିକାଶ କୁମାର ଗୁରୁ, ଚନ୍ଦନ ବେହେରା, ସୁରଜ ପଟ୍ଟନାୟକ, ଯୀଶୁଦାଶ ଟାକିରି, ସୁଧାକର ଦାଶ, ବୀରସେନ୍ ମାଝି, ରାକେଶ ଦଳପତି, ଲକ୍ଷ୍ମଣ ବେହେରା, ଶଙ୍କର କୁଲେସିକା, ଲକ୍ଷ୍ମଣ ଗାଣ୍ଟା, ସନ୍ନ୍ୟାସୀ ସିକକା, ସୁନୀଲ କୁଲେସିକା, ମାଧବ ସିକକା, ମନୋଜ କୁମାର ବାତ୍ରିଆ, ଟି. ଜର୍ନାଦନ, ଅମିତ୍ କୁମାର ପ୍ରଧାନ, ଲିଜୁ ସି. ଏଲ୍, ସାୟଦ ଇବ୍ରାହିମ୍, ଆର୍. ଆନାଦୂରାଇ, ପ୍ରବୀଣ କୁମାର, ଜୟ ନିମାଲା, ସାଗର ଆୱାରି, ରମେଶ କୁମାର, ଡି. ଶିବା ରେଡ୍ଡୀ, ଅମନଦୀପ ସିଂ, ବିଜୟ କୁମାର, କିରଣ ବାଗ, ଡି. ବିଲେଇପଡିଆ, ସୁଜାତା ମାଦଳା, ଚନ୍ଦ୍ରାଂଶୁ ଶଗରିଆ, ସୁଶାନ୍ତ ତୋଇକା, ପ୍ରତାପ ଗମାଙ୍ଗ, ବି. ଶ୍ରୀନୁ, ଏମ୍. ପ୍ରସାଦ।

ସମ୍ବନ୍ଧିତ ଖବର