ଲକଡାଉନର ପ୍ରଥମ ଦିନ: ମାଲକାନଗିରି ପୁଲିସ ୭୧ ଲିଟର ମଦ ଜବତ କଲା

ମାଲକାନଗିରି: ଆଜି ସାରା ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଏହାର ଫାଇଦା ଉଠାଇବାକୁ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ଆଜି ମାଲକାନଗିରି ପୁଲିସ ୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ୭୧ ଲିଟର ମଦ ଜବତ କରିଥିବା ଜଣାପଡିଛି।ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ  ଚୋରା ମଦ ବେପାରୀମାନେ ଲକ୍ ଡାଉନକୁ କେନ୍ଦ୍ର କରି ଚଢା ଦରରେ ଏହି ମଦ ବିକ୍ରି କରିଥାନ୍ତେ। ତେବେ ବିଶେଷ ସୂତ୍ରରୁ ମାଲକାନଗିରି ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ଆଇଆଇସି ରାମ ପ୍ରସାଦ ନାଗ ଏବଂ ଏକ ଟିମ ଚଢାଉ କରି ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପାତ୍ରଗୁଡା ଅଂଚଳର ବି.ଦୀଲିପ(୨୫), ଦୁର୍ଗାଗୁଡି ସାହିର ମଙ୍ଗଳୁ ସେନାପତି(୩୮) ଏବଂ ଶ୍ରୀକାନ୍ତ ମହାରଣା(୪୦)।ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକ୍ ଡାଉନକୁ ନେଇ ଚୋରା ମଦ ବେପାର ଖୁବ ଜମିବ ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର