ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନା କହିଲେ ୭୧୪୬ ଋଣୀ ଚାଷୀ, ସେଚାଞ୍ଚଳ ଚାଷୀଙ୍କ କମୁଛି ଆଗ୍ରହ

ବାରମ୍ବାର ଆନ୍ଦୋଳନ ପରେ ଫୁଟିଲା ଚାଷୀଙ୍କ କ୍ରୋଧ

ସମ୍ବଲପୁର: ଜିଲ୍ଲାରେ ୭ହଜାର ୧୪୬ ଜଣ ଋଣୀ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ମନା କରି ଦେଇଛନ୍ତି। ଚଳିତ ବର୍ଷ କୃଷି ଋଣ ପାଇଁ ବୀମାକୁ ଇଚ୍ଛାଧୀନ କରାଯିବା ପରେ ଜଳସେଚିତ ଅଞ୍ଚଳ ଧନକଉଡ଼ା, ମାନେଶ୍ୱରର ଏହି ଚାଷୀମାନେ ଋଣକୁ ମନା କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ସଫଳତାକୁ ଯେଉଁଭଳି ପ୍ରଚାର କରାଯାଏ ଏତେ ସଂଖ୍ୟକ ଚାଷୀ ଏହାକୁ ମନା କରି ଦେବା ପରେ ଏହାର ବାସ୍ତବତା ପଦାରେ ପଡ଼ିଛି।

ସୂଚନା ଅନୁଯାୟୀ, ୧୯୮୦ ମସିହାରେ ରାଜ୍ୟରେ କୃଷି ଋଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୧୯୮୪ ମସିହାରେ କୃଷି ଋଣ ସହିତ ଫସଲ ବୀମାକୁ ବାଧ୍ୟ କରି ଦିଆଗଲା। ସମୁଦାୟ ଋଣର ୨ ପ୍ରତିଶତ ସ୍ୱତଃ ପ୍ରିମିୟମ ଆକାରରେ ଜମା ହୋଇ ଯାଉଥିଲା। କୃଷି ଋଣରେ ନାମମାତ୍ର ସୁଧ ବ୍ୟବସ୍ଥା ଥିବାରୁ ଅନେକ ଚାଷୀ ଏଥିପ୍ରତି ଆଗ୍ରହ ଦେଖାନ୍ତି। ଏହାର ଫାୟଦା ସ୍ୱରୂପ ପ୍ରତିବର୍ଷ କୋଟି-କୋଟି ପ୍ରିମିୟମ ଟଙ୍କା ସରକାରଙ୍କୁ ମିଳିଯାଏ। ମାତ୍ର ଫସଲ ବୀମା ନେଇ ଲୋକଙ୍କ ମଧ୍ୟରେ ଏତେ ସଚେତନତା ନଥିବାରୁ ଅଧିକାଂଶ ବର୍ଷ ଫସଲହାନୀ ହୋଇ ମଧ୍ୟ ଚାଷୀଙ୍କୁ ବୀମା ଟଙ୍କା ମିଳିପାରେ ନାହିଁ।

ବୀମାର ଏକକ ପୂର୍ବରୁ ଏଭଳି ଜଟିଳ ଥିଲା ଯେ ଚାଷୀ ଟଙ୍କା ପାଇବାକୁ ପ୍ରାୟତଃ ଯୋଗ୍ୟ ବିବେଚିତ ମଧ୍ୟ ହେଉନଥିଲେ। ଯେଉଁ କିଛି ଚାଷୀ କାଁଭାଁ କିଛି ବର୍ଷ ପାଉଥିଲେ ସେମାନଙ୍କ ସଂଖ୍ୟା ପ୍ରାୟତଃ ନଗଣ୍ୟ ଥିଲା। ସମୟକ୍ରମରେ ବୀମା ବ୍ୟବସ୍ଥା ନେଇ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ ବାରମ୍ବାର ଆନ୍ଦୋଳନ ପରେ ବୀମା ବ୍ୟବସ୍ଥା ସରଳ ହେଲାଯ କିନ୍ତୁ ନରେନ୍ଦ୍ର ମୋଦୀ ସରକାର ଏହାକୁ କମ୍ପାନି ହାତକୁ ଟେକି ଦେଲେ। ଏଥିଯୋଗୁଁ ଯୋଗ୍ୟ ଚାଷୀଙ୍କୁ ବୀମା ପ୍ରଦାନରେ ଉଭୟ ରାଜ୍ୟ, କେନ୍ଦ୍ର ସରକାର ସହମତ ରହୁଥିଲେ ମଧ୍ୟ କମ୍ପାନି ଯୋଗୁଁ ଚାଷୀକୁ ନିଜ ହକ ପାଇବା ସହଜ ହୋଇ ରହି ନାହିଁ।

ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର ପରାମର୍ଶଦାତା ଅଶୋକ ପ୍ରଧାନ କହିଛନ୍ତି, ବୀମା ପ୍ରକ୍ରିୟା ବର୍ତ୍ତମାନ ଯେଉଁଭଳି ହୋଇ ପଡ଼ିଛି ଆନ୍ଦୋଳନ ବିନା ଚାଷୀଙ୍କୁ ଟଙ୍କା ଟିଏ ମଧ୍ୟ ମିଳି ପାରୁ ନାହିଁ। ୨୦୧୭ ଏବଂ ୨୦୧୮ ମସିହାର ପ୍ରଥମ କରି ପଶ୍ଚିମ ଓଡ଼ିଶାର ଚାଷୀ ବ୍ୟାପକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଲେ। ମାତ୍ର ଏଥିପାଇଁ ଚାଷୀକୁ କ୍ଷେତ ଛାଡ଼ି ନିୟମିତ ଆନ୍ଦୋଳନ କରିବାକୁ ହେଉଛି। କୃଷି କାର୍ଯ୍ୟାଳୟ, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ ସହିତ ରେଳରୋକୋ, ରାସ୍ତାରୋକୋ କରିବାକୁ ଚାଷୀ ବାଧ୍ୟ ହୋଇଥିଲା। ଏହା ସତ୍ତ୍ୱେ ୨୦୧୭ ମସିହାରେ ଗଡ଼ମୁଣ୍ଡାର ଅନେକ ଚାଷୀ, ୨୦୧୮ ମସିହାରେ ବାମରାର ଅନେକ ସଂଖ୍ୟାର ଚାଷୀ ଯୋଗ୍ୟ ଥାଇ ମଧ୍ୟ ଟଙ୍କା ପାଇଲେ ନାହିଁ। ବୀମାକୁ ନେଇ ଉଭୟ କମ୍ପାନି ଏବଂ ପ୍ରଶାସନ ଜାଣିଶୁଣି ଚାଷୀଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିବା ଅଭିଯୋଗ ହୁଏଯ ବୀମା ଚାଷୀର ହକ ଅଟେଯ କାହାରି ଦୟା ନୁହେଁ ଯେ ପ୍ରତିବର୍ଷ ଏଥିପାଇଁ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଙ୍ଗଠନ କହିଛିଯ ସରକାରଙ୍କ ଏହିଭଳି ଆଭିମୁଖ୍ୟରେ ଅସନ୍ତୋଷ ପ୍ରକାଶ କରି ଏକାସହିତ ଏତେ ସଂଖ୍ୟକ ଚାଷୀ ଋଣ କରି ମଧ୍ୟ ବୀମା ବ୍ୟବସ୍ଥା ସହିତ ଜୋଡ଼ି ହେବାକୁ ମନା କରି ଦେଇଛନ୍ତି। ସଙ୍ଗଠନ ଅଭିଯୋଗ କରିଛି ଯେ ଏତେ ସଂଖ୍ୟକ ଚାଷୀ ମନା କରିବା ପରେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରଶାସନ ପକ୍ଷରୁ ଯେଉଁଭଳି ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ଏଥିପ୍ରତି ମଧ୍ୟ ଧ୍ୟାନ ଦିଆଗଲା ନାହିଁ।

ସମ୍ବଲପୁର ଡିଆରସିଏସ ଲିଙ୍ଗରାଜ ନାଏକଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାରେ ୩୪ ହଜାର ୩୪୦ ଚାଷୀଙ୍କୁ ୨୮୧.୦୫ କୋଟି ଟଙ୍କାର କୃଷି ଋଣ ଦିଆଯାଇଛି। ପୂର୍ବର ବ୍ୟବସ୍ଥା ଅନୁସାରେ କୃଷି ଋଣ ସହିତ ଫସଲ ବୀମା ଜୋଡ଼ି ହୋଇଥିଲେ ସମସ୍ତ ୩୪ ହଜାର ୩୪୦ ଚାଷୀଙ୍କ ଠାରୁ କୃଷି ଋଣରୁ ବୀମା ପ୍ରିମିୟମ କଟାଯାଇ ଥାଆନ୍ତାଯ ବିଭିନ୍ନ କାରଣରୁ ଫସଲ ହାନୀ ହୋଇଥିଲେ ଚାଷୀ ବୀମା ବାବଦରେ ଟଙ୍କା ପାଇଥାଆନ୍ତେଯ ମାତ୍ର ବର୍ତ୍ତମାନ କେବଳ ୨୭ ହଜାର ୪୪ ଜଣ ଚାଷୀହିଁ ଏହାର ଲାଭ ନେବେ।

ସମ୍ବନ୍ଧିତ ଖବର