ମାନସିକ ଅନଗ୍ରସର ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ୭୬ ବର୍ଷିଅ ବୃଦ୍ଧ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜଣେ ମାନସିକ ଅନଗ୍ରସର ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ୭୬ ବର୍ଷିଅ ବୃଦ୍ଧ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମ ମହାନନ୍ଦ ଘଟାଲ। ସୂଚନା ଅନୁସାରେ ମାନସିକ ଅନଗ୍ରସର ଯୁବତୀ ନିଜର ଜଣେ ସାଙ୍ଗଙ୍କ ସହିତ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ବୃଦ୍ଧ ମହାନନ୍ଦ ୨ ଯୁବତୀଙ୍କୁ ଅନୁସରଣ କରିଥିଲା। ସେ ମାନସିକ ଅନଗ୍ରସର ଯୁବତୀଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା। ଗତ ୩ ତାରିଖରେ ଏହି ଘଟଣା ଘଟିଥିଲେ ମଧ୍ୟ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଆଜି ଗିରଫ କରିଛି। ଅଭିଯୁକ୍ତକୁ କାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର