ବାଲେଶ୍ୱର: ଡମ୍ପର ଧକ୍କାରେ ଦୁଇ ମୃତ

ବାଲେଶ୍ୱର: ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଖନ୍ତପଡ଼ା ଟୋଲ ଗେଟ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଡମ୍ପର ଓ ବାଇକ୍‌ ମୁହାଁମୁହିଁ ଧକ୍କା ହେବାଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି। ମୃତ ଦୁଇ ଯୁବକ ଯୁବକଙ୍କ ମଧ୍ୟରୁ ଜଣଙ୍କ ନାମ ଚନ୍ଦ୍ରକାନ୍ତ ମହାଲିକ୍‌ (୨୭) ଓ ଅନ୍ୟ ଜଣଙ୍କ ନାମ ଲମ୍ବୋଦର ମହାଲିକ୍‌ (୩୦) ବୋଲି ଜଣାପଡ଼ିଛି। ଚନ୍ଦ୍ରକାନ୍ତ ମହାଲିକ୍‌ଙ୍କ ଘର ବାଲେଶ୍ୱର ଜିଲ୍ଲା ଇଞ୍ଚୁଡି ଗ୍ରାମରେ ହୋଇଥିବା ଲମ୍ବୋଦର ମହାଲିକ୍‌ଙ୍କ ଘର ରସାଲପୁର ଗ୍ରାମରେ।

ସମ୍ବନ୍ଧିତ ଖବର