ପିକଅପ୍ ଧକ୍କାରେ ସ୍କୁଟି ଚାଳକ ମୃତ,ବାଇକରେ ଥିବା ଦମ୍ପତ୍ତି ଗୁରୁତର

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ଅଁଳାଡୁବା ରେଳ ଫାଟକ ଛକ ନିକଟରେ ଏକ ପିକଅପ୍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅର୍ନ୍ତଗତ ବୁଧିଆକୁଦର(ରହଣୀକୁଦର) ଗ୍ରାମର କ୍ଷୀରଦ ମହାନ୍ତ(୫୮) ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ନିଜ ସ୍କୁଟି ଓଡି-୧୧ଜେ-୯୬୭୮ ଯୋଗେ କ୍ଷୀର ବିକ୍ରି କରିବାକୁ ବଜାରକୁ ଯାଉଥିଲେ । ତେବେ ହଠାତ୍ ବିପରୀତ ଦିଗରୁ ପିକଅପ୍ ଜେଏଚ୍-୦୫ସିଡି-୮୧୦୧ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ପୁଲିସ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି ଏବଂ ଉଭୟ ଦୁର୍ଘଟଣାଗ୍ରସ୍ତ ଯାନକୁ ମଧ୍ୟ ଜବତ କରି ଟାଉନ ଥାନାରେ ଏକ ମାମଲା ରୁଜୁ କରିଛି । ତେବେ ଠିକ୍ ସେହି ସମୟରେ ଆଉ ଏକ ବାଇକକୁ ଧକ୍କା ଦେବାରୁ ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନେ ହେଲେ ବିଶୋଇ ଥାନା ଅର୍ନ୍ତଗତ ଅଶନା ଗ୍ରାମର ରାହୁଲ ନାଏକ ଓ ତାଙ୍କ ପତ୍ନୀ ସାଗରିକା ନାଏକ |

ଉଭୟଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ରାହୁଲଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ଘଟାଇ ପିକଅପ୍ ଚାଳକ ସେଠାରୁ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର