ଯୌତୁକ ନିର୍ଯାତନା ଅଭିଯୋଗ

ହେମଗିର: ଯୌତୁକ ପାଇଁ ନିର୍ଯାତନା ନେଇ ଜଣେ ମହିଳା ଆଜି ନିଜସ୍ବାମୀଙ୍କ ନାମରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ଅଭିଯୋଗକାରିଣୀ ମହିଳାଙ୍କ ଲିଖିତ ଏତାଲା ଅନୁସାରେ ସେ ଗତ ୨୦୧୫ ରେ ହେମଗିରର ଅଶୋକ ବେହେରାଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ବାମୀ ଅଶୋକ ବାପଘରୁ ୬୦ ହଜାର ଟଙ୍କା ଆଣିବା ପାଇଁ କହି ନିୟମିତ ନିର୍ଯାତନା ଦେଉଥିଲେ।

ଏହାମଧ୍ୟରେ ସେମାନଙ୍କର ଦୁଇଟି ସନ୍ତାନ ହେବା ପରେ ମଧ୍ୟ ଟଙ୍କା ପାଇଁ ତାଙ୍କ ନିର୍ଯ୍ୟାତନା ଜାରି ରହିବାରୁ ସେ ଗତ ଦୁଇମାସରୁ ଅଧିକ ହେବ ବେଲସରାସ୍ଥ ତାଙ୍କ ବାପଘରେ ରହୁଛନ୍ତି। ପୁଲିସ ସ୍ବାମୀ ଅଶୋକ ବେହେରାଙ୍କ ନାମରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର