ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀ

ବୈପାରିଗୁଡା:  ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅଧିନରେ କାର୍ଯ୍ୟରତ ସମସ୍ତ ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀ ମିଳିତ ଭାବେ ବୈପାରିଗୁଡା ବିଡ଼ିଓ ଏବଂ ସିଡିପିଓଙ୍କୁ ଭେଟି ପୃଥକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ସମସ୍ତ ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା ସହ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯାଉ ତଥା ଯେ ପର୍ଯ୍ୟନ୍ତ ସରକାରୀ ଚାକିରୀ ମାନ୍ୟତା ମିଳି ନାହିଁ, ସେ ପର୍ଯ୍ୟନ୍ତ ସର୍ବନିମ୍ନ ବେତନ ୧୮୦୦୦ ଟଙ୍କା କରାଯାଉ। ସମସ୍ତ ଆଶା, ଅଙ୍ଗନବାଡି କର୍ମୀ ଏବଂ ମିନି ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଇପିଏଫ୍, ଇଏସ୍ଆର୍, ପେନସନ, ଗ୍ରାଚୁଇଟି ଏବଂ ମେଡିକାଲ ଫେସିଲିଟି ପ୍ରଦାନ କରାଯାଉ। ସମସ୍ତ ଆଶା ଏବଂ ଅଙ୍ଗନବାଡି କର୍ମୀଙ୍କୁ ଅବସରକାଳୀନ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ମାସିକ ୫୦୦୦ ଟଙ୍କା ଭତ୍ତା ଦିଆଯାଉ।

ପ୍ରତ୍ୟେକ ଡାକ୍ତରଖାନାରେ ଆଶାକର୍ମୀ ମାନଙ୍କ ପାଇଁ ବିଶ୍ରାମ ଗୃହ ଯୋଗାଇ ଦିଆଯାଉ। ଜିଲ୍ଲାର ଅଙ୍ଗନବାଡିରେ ଦିଆଯାଉଥିବା ଏସ୍ଏନପି ଖାଦ୍ୟର ଦରଦାମ ବୃଦ୍ଧି କରାଯାଉ। ୨୦୨୨ ମସିହାର ଗାଇଡ୍ ଲାଇନ୍ ଅନୁଯାୟୀ ଅଙ୍ଗନବାଡି କର୍ମୀରୁ ସୁପରଭାଇଜର ପଦବୀକୁ ପଦୋନ୍ନତି ଦିଆଯାଉ ବୋଲି ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର