କାଳବୈଶାଖୀରେ ଉଡ଼ିଗଲା ଅଙ୍ଗନବାଡ଼ି କେନ୍ଦ୍ର ଓ ୩ ଘରର ଛପର

ଝରିଗାଁ : କାଳବୈଶାଖୀ ପ୍ରଭାବରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁସୁମୀ ଆଦିବାସୀ ଗ୍ରାମର ଅଙ୍ଗନବାଡି କେନ୍ଦ୍ର, ଗୋଟିଏ ଘର ଏବଂ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଖଦରାପାଣି ଗ୍ରାମର ଦୁଇଟି ଘରର ଆଜବେଷ୍ଟ ଉଡ଼ି ଯାଇଥିବା ଜଣା ପଡ଼ିଛି ।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୫ଟାରେ ଗୁରୁସିଙ୍ଗା ଏବଂ ତେଲନଦୀ ପଞ୍ଚାୟତରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ‌ା ସହ ଜୋରରେ ପବନ ବୋହିଥିଲା।

ଏଥିଯୋଗୁ କୁସୁମୀ ଆଦିବାସୀ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର ଆଜବେଷ୍ଟ ଏବଂ ଗ୍ରାମର ଅଖିଳ ଗଣ୍ଡଙ୍କ ଘରର ଆଜବେଷ୍ଟ ଉଡ଼ି ଯାଇଥିଲା। ସେହିପରି ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଖଦରାପାଣି ଗ୍ରାମର ଲୁକା ବିଶୋଇ ଏବଂ ମାଟୁ ସାନ୍ତାଙ୍କ ଘରର ଆଜବେଷ୍ଟ ପବନରେ ଉଡ଼ିଯାଇଛି। ପ୍ରଶାସନ ତରଫରୁ ତୁରନ୍ତ ଅଙ୍ଗନବାଡି କେନ୍ଦ୍ରର ମରାମତି ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର