ଟ୍ରକ୍ ସହ ବାଇକ ଧକ୍କା: ବାଇକ ଆରୋହୀ ଘଟଣାସ୍ଥଳରେ ମୃତ

ତାଳଚେର: ତାଳଚେର ଥାନା ଅନ୍ତର୍ଗତ ହରିହରପୁର ଗ୍ରାମ ଛକ ନିକଟରେ ଏକ ଟ୍ରକ ସହ ବାଇକର ଧକ୍କା ହେବା ଫଳରେ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କାଦୁପଡ଼ା ଗ୍ରାମର ପ୍ରତାପ କୁମାର୍ ବେହେରା ବାଇକରେ ନିଜ କାମରୁ ଫେରୁଥିବା ବେଳେ ହରିହରପୁର ଛକ ନିକଟରେ ଏକ ଟ୍ରକ ସହ ଦୁର୍ଘଟଣା ହୋଇଥିଲା ଯାହା ଫଳରେ ଘଟଣାସ୍ଥଳରେ ପ୍ରତାପ କୁମାର ବେହେରାଙ୍କ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଗୋଡ଼ିବନ୍ଧ ଡାକ୍ତରଖାନାରେ ଭର୍ତି କରାଯାଇଛି।

ସମ୍ବନ୍ଧିତ ଖବର