ଅମ୍ଳଜାନ ଭରା ପାଞ୍ଚଟି ଟ୍ୟାଙ୍କର ସହିତ ଅନୁଗୁଳରୁ ସିକନ୍ଦରାବାଦ ଗଲା ଅକ୍ସିଜେନ୍ ଏକ୍ସପ୍ରେସ୍

ଅନୁଗୁଳ: ଅନୁଗୁଳରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ (ଏଲ୍ଏମ୍ଓ) ଭରି ଅକ୍ସିଜେନ୍ ଏକ୍ସପ୍ରେସ ଟ୍ରେନ୍ ଆଜି ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିଛି।ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ ରୋ-ରୋ ସେବା ମାଧ୍ୟମରେ ଅନୁଗୁଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ସିକନ୍ଦରାବାଦକୁ ପ୍ରାୟ ୬୩.୬ ଟନ୍ ଏଲ୍ଏମ୍ଓ ପରିବହନ କରିଛି।

ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ସିକନ୍ଦରାବାଦରୁ ପାଞ୍ଚଟି ଖାଲି ଟ୍ୟାଙ୍କର ଥିବା ଅମ୍ଳଜାନ ଏକ୍ସପ୍ରେସ ସ୍ପେସାଲକୁ ଗତକାଲି ଅନୁଗୁଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଲୋଡିଂ ପାଇଁ ରଖାଯାଇ ପ୍ରାୟ ୬୩.୬ ଟନ୍ ଏଲ୍ଏମ୍ଓ ପାଞ୍ଚଟି ଟ୍ୟାଙ୍କରେ ଭର୍ତ୍ତି କରାଯାଇ ଭାରତୀୟ ରେଳବାଇର ରୋ-ରୋ ସେବା ସହିତ ଟ୍ରେନ୍ ଯୋଗେ ତେଲେଙ୍ଗାନା ଯାତ୍ରା କରିଛି |

ଗୁରୁବାର ଦିନ ସ୍ୱତନ୍ତ୍ର ବାୟୁସେନା ବିମାନ ଦ୍ୱାରା ଆସିଥିବା ଦୁଇଟି ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍, ଅନୁଗୁଳସ୍ଥିତ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରେ ୩୨ ଟନ୍ ୬୩.୬ ଟନ୍ ଏଲ୍ଏମ୍ଓ ଧାରଣ କରି ଗତକାଲି ସକାଳେ ଭାରତୀୟ ରେଳବାଇର ରୋ-ରୋ ସେବା ସହିତ ଟ୍ରେନ୍ ଯୋଗେ ହରିଆଣାକୁ ପଠାଯାଇଥିଲା। ଶୁକ୍ରବାର ଦିନ ସ୍ୱତନ୍ତ୍ର ବାୟୁସେନା ବିମାନରୁ ଅନଲୋଡ୍ ହୋଇଥିବା ଆଉ ଦୁଇଟି ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍ ଅନୁଗୁଳରୁ ହରିଆଣାକୁ ପଠାଇବାକୁ ପ୍ରସ୍ତୁତ କରାଯାଉଅଛି।

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଅକ୍ସିଜେନ୍ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ କରାଇବା ସହିତ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି। ତରଳ ଅମ୍ଳଜାନ ଏକ କ୍ରାୟୋଜେନିକ୍ କାର୍ଗୋ ହୋଇଥିବା ଯୋଗୁ ଏହାପ୍ରତି ସର୍ବାଧିକ ଯତ୍ନ ନିଆଯାଇଛି ଯେଉଁଥିରେ ସର୍ବାଧିକ ବେଗ ତ୍ୱରାନ୍ୱିତ ଏବଂ ହ୍ରାସ ହୋଇପାରେ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସଙ୍କଟ ସମୟରେ ଅମ୍ଳଜାନ ଯୋଗାଣକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ତ୍ୱରିତ ସେବା ପ୍ରଦାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଟ୍ରେନ ରେକ ଉପରେ ଖାଲି ଟ୍ୟାଙ୍କର ଗୁଡିକୁ ଓହ୍ଲାଇବା ଏବଂ ଅମ୍ଳଜାନ ଭରା ଟ୍ୟାଙ୍କର ଗୁଡିକୁ ଟ୍ରେନ ରେକ ଉପରେ ସଠିକ ଭାବେ ରଖିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି | ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଅଛି |

ସମ୍ବନ୍ଧିତ ଖବର