ଟ୍ରାଫିକ ନିୟମ ସଂପର୍କିତ ସଚେତନତା ବାଇକ୍‌ ରାଲି କଲା ଚିତ୍ରକୋଣ୍ଡା ପୁଲିସ

ଚିତ୍ରକୋଣ୍ଡା: ସାରା ରାଜ୍ୟରେ ଓଡିଶା ଟ୍ରାଫିକ ନିୟମ ସମ୍ବନ୍ଧରେ ସଚେତନତା ପାଇଁ ସରକାରୀ ଓ ବିଭିନ୍ନ ସାମାଜିକ ସଂଗଠନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏଭଳି ଏକ ପ୍ରୟାସ ଆରମ୍ଭ କରିଛି ଚିତ୍ରକୋଣ୍ଡା ପୁଲିସ।

ଆଜି ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ, ଏ.ଏସ୍‌.ଆଇ ସଂଗ୍ରାମ କେଶରୀ ପାଇକରାୟ, ରାଜେନ୍ଦ୍ର ପାଙ୍ଗିଙ୍କ ନେତୃତ୍ୱରେ ଥାନାର ସମସ୍ତ କନେଷ୍ଟବଳ ଓ ଗ୍ରାମରକ୍ଷୀ ଫ୍ଲାଗକାର୍ଡ ଧରି ବାଇକ ଯୋଗେ ଚିତ୍ରକୋଣ୍ଡା ଦୈନିକ ବଜାର ସମେତ ଚିତ୍ରକୋଣ୍ଡା ସରକାରୀ କଲୋନି, ବ୍ୟାଙ୍କ କଲୋନି, ସାପ୍ତାହିକ ହାଟ ଆଦି ସ୍ଥାନରେ ଲୋକଙ୍କୁ ଟ୍ରାଫିକ ନିୟମ ଯଥା ମଦପିଇ ଗାଡିଚାଳନା ନକରିବା, ଦୁଇ ଚକିଆ ଯାନରେ ଦୁଇଜଣ ଠାରୁ ଅଧିକ ନ ବସିବା, ଦୁଇଚକିଆ ଯାନରେ ଚାଳକ ସହ ବସିଥିବା ବ୍ୟକ୍ତି ବାଧ୍ୟତାମୂଳକ ହେଲମେଣ୍ଟ ପିନ୍ଧିବା, ଗାଡି ଚଳେଇଲା ବେଳେ ମୋବାଇଲରେ କଥା ନହେବା, ଗାଡି ଚଳେଇଲା ବେଳେ ଅନ୍ୟ ମନସ୍କ ନ ରହିବା, ବେପରୁଆ ଭାବେ ଗାଡି ଚାଳନା ନ କରିବା, ରାସ୍ତା ମଝିରେ ଗାଡି ପାର୍କିଂଗ ନ କରିବା, ଆଦି କେତୋଟି ମୁଖ୍ୟ ନିୟମ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ ।

ସମ୍ବନ୍ଧିତ ଖବର