ଖୋର୍ଦ୍ଧା ବିଜେପି ପକ୍ଷରୁ ବାଜପେୟୀଙ୍କ ପୂଣ୍ୟତିଥି ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ୩ୟ ପୂଣ୍ୟତିଥି ପାଳିତ ହୋଇଯାଇଛି। ଏହି ଅବସରରେ ମଳିପଡ଼ାସ୍ଥିତ କାର୍ଯ୍ୟାଳୟରେ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯିବାସହ ତାଙ୍କର କର୍ମମୟ ଜୀବନର ସ୍ମୃତିଚାରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦକ୍ଷୀଣ ଖୋର୍ଦ୍ଧା ମଣ୍ଡଳ ସଭାପତି ସୀତାରାମ ରାଉତରାୟ ସଂଯୋଜନା କରିଥିଲେ।

ବିଜେପି ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ, ଖୋର୍ଦ୍ଧା ନଗର ସାଧାରଣ ସମ୍ପାଦକ ତ୍ରିଲୋଜନ ଦାସ, ରଂଜନ ବଡ଼ଜେନା, ପ୍ରଫୁଲ୍ଲ ଖଣ୍ଡାୟତରାୟ, ନୀଳମାଧବ ସୁବୁଦ୍ଧି, ବୃନ୍ଦାବନ ପାଟ୍ଟଯୋଶୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର