ଇଂରାଜୀ ଭାଷାର ଗୋଲାମି ବିରୋଧରେ ଅଭିଯାନ ଆରମ୍ଭ

ଖୋର୍ଦ୍ଧା: ୧୯୪୭ରେ ଦେଶ ବ୍ରିଟିଶ ଶାସନରୁ ମୁକୁଳିଲା, କିନ୍ତୁ ଆଜି ଯାଏଁ ସେମାନେ ଛାଡ଼ିଯାଇଥିବା ଇଂରାଜୀ ଭାଷା କବଳରୁ ଆମେ ଓ ଆମ ସରକାର ମୁକୁଳି ପାରିନାହିଁ। ଏହି ଇଂରେଜ ଭାଷାର ଗୋଲାମିରୁ ମୁକୁଳି ନିଜ ମାତୃଭାଷାକୁ ଗ୍ରହଣ କରିବା ନେଇ ଏକ ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି। ଗତକାଲି ସ୍ୱାଧୀନତା ଦିବସରେ ଖୋର୍ଦ୍ଧା ନାଗରିକ ସମାଜ ଓ ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟ ପକ୍ଷରୁ ଏନେଇ ସ୍ଥାନୀୟ କୋର୍ଟ ସମ୍ମୁଖରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ଶପଥ ନିଆଯାଇଥିଲା। ଆଜିଠାରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଉଭୟ ସଂଗଠନର ସଦସ୍ୟମାନେ ଲୋକଙ୍କୁ ଓ ପ୍ରାଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରୟୋଗ କରିବା ସହ ନିଶା ନିବାରଣ ପାଇଁ ଅନୁରୋଧ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଐତିହାସିକ ସତ୍ୟବାଦୀ ବଳିଆରସିଂହ, ସମାଜସେବୀ ରାମଶଙ୍କର, ସାହିତ୍ୟିକ ଡଃ. ଲକ୍ଷ୍ମଣ ସାହୁ, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଂଯୋଜକ ଅର୍ଜୁନ ସାମନ୍ତରାୟ, କବି ଗୋବିନ୍ଦ ମହାରଣା, ସ୍ତମ୍ଭକାର ସମରେନ୍ଦ୍ର ବଳିଆରସିଂହ, ସାମ୍ବାଦିକ ରାମନାରାୟଣ ଦାଶ, ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ର ପ୍ରଭୁପାଦ ପ୍ରଧାନ, ଆଶିଷ ଦେଓ, ଦିବ୍ୟଜ୍ୟୋତି ସାମଲ, ହରିପ୍ରସାଦ ପରମଗୁରୁ, ଆଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର