ରେଳ ବ୍ରିଜ୍ ନିକଟରୁ ମୃତ ଶିଶୁକନ୍ୟା ଉଦ୍ଧାର

ବଲାଙ୍ଗୀର: ସୁଦପଡ଼ା ରେଳ ବ୍ରିଜ୍ ନିକଟରୁ ଏକ ମୃତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ବୁଦାମୂଳରୁ କାଗଜ ପେଟିରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି।

ଗତକାଲି ବିଳମ୍ବିତ ରାତିରେ ସୁଦପଡ଼ା ରେଳ ବ୍ରିଜ୍ ନିକଟରେ ଏହି କାଗଜ ପେଟି ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା। ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର