ଭାଲୁଡୁଙ୍ଗୁରୀରେ ବେଆଇନ ପଥର ଉତ୍ତୋଳନ, ଗାଁରେ ଉତ୍ତେଜନା

ଲୋଇସି˚ହା: ଲୋଇସି˚ହା ତହସିଲ ଅର୍ନ୍ତଗତ କୁଶମେଲ ନିକଟସ୍ଥ ଭାଲୁଡୁଙ୍ଗୁରିରେ ବେଆଇନ ଭାବରେ ମେସିନରେ ପାହାଡ଼ରୁ ବେଆଇନ ଭାବେ ପଥର ଉତ୍ତୋଳନ କରାଯାଉଛି। ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।
ପୂର୍ବରୁ ଗ୍ରାମବାସୀ ମାନେ ପରିବେଶ ସୁରକ୍ଷା ଦୃଷ୍ଟିରୁ ଭାଲୁଡୁଙ୍ଗୁରୀରେ ବୃକ୍ଷରୋପଣ କରିଥିବା ବେଳେ ସ୍ଥାନୀୟ କ୍ରସର ମାଲିକ ମେସିନ ସାହାଯ୍ୟରେ ଏଠାରୁ ପଥର ଉତ୍ତ‌ୋଳନ କରୁଥିବାରୁ ପାହାଡ଼ରୁ ବହୁ ଅଂଶ ଧ୍ବଂସ ହେବା ସହ ବହୁ ସଂଖ୍ୟାରେ ଗଛ ମଧ୍ୟ ନଷ୍ଟ ହୋଇ ଅଞ୍ଚଳର ପରିବେଶ ନଷ୍ଟ ହେବାରେ ଲାଗିଛି।
କିଛି ମାସ ତଳେ ଏହାକୁ ଲାଗି ଜଣେ ଜମି ମାଲିକର ଜମିରେ ବାରୁଦ ବ୍ୟବହାର କରି ପଥର ଖୋଳା ଯାଉଥିବା ଜିଲ୍ଲା ପ୍ରଶାସନଠାରେ ଅଭିଯୋଗ ପରେ ଏଠାରେ ସଂପୃକ୍ତ କ୍ରସର ମାଲିକ ପଥର ଉତ୍ତ‌ୋଳନ ବନ୍ଦ କରିବା ପରେ ଏବେ ଦୃଷ୍ଟି ଭାଲୁଡୁଙ୍ଗୁରି ଉପରେ ପଡ଼ିଛି। ତେବେ ଏହାକୁ ସେ କିଛି ବର୍ଷ ହେଲା ପଥର ଉତ୍ତୋଳନ ପାଇଁ ଲିଜ୍‌ରେ ନେଇଥିବା କହୁଥିବା ବେଳେ ଏହାର ସତ୍ୟତା ନେଇ ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି। ତହସିଲ ପକ୍ଷରୁ କୌଣସି ବିଜ୍ଞାପନ ଦିଆ ନ ଯାଇ କେମିତି ଭାଲୁଡୁଙ୍ଗୁରୀକୁ ଲିଜ୍‌ ଦିଆଯାଇଛି ଏବ˚ ଏତେ ପରିମାଣରେ ଗଛ ନଷ୍ଟ ହେଉଥିବା ବେଳେ ଜଙ୍ଗଲ ବିଭାଗର ନିରବତା ନେଇ ମଧୢ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଭାଲୁଡୁଙ୍ଗୁରୀ ସହ ପରିବେଶ ନଷ୍ଟ କରାଯାଉଥିବାରୁ ଏବ˚ ଗ୍ରାମବାସୀଙ୍କ ଅଭିଯୋଗକୁ କ୍ରସର ମାଳିକ ବେଖାତିର କରୁଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଉଛି। ଏ ନେଇ ଗତକାଲି ଗ୍ରାମରେ ଏକ ଗ୍ରାମ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଏ ସ˚ପର୍କରେ ସ୍ଥାନୀୟ ତହସିଲଦାରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ନହୋବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନାଯୋଗ୍ୟଯେ ଲୋଇସି˚ହା ତହସିଲର କେତେକ ଅସାଧୁ କର୍ମଚାରୀଙ୍କୁ ହାତ କରି ଅନେକ ସ୍ଥାନରେ ବେଆଇନ ଭାବରେ ବାରୁଦ ବ୍ୟବହାର କରି ଲିଜ୍‌ ହୋଇ ନଥିବା ସ୍ଥାନରେ ପଥର ଉତ୍ତୋଳନ କରାଯାଉଥିବା ଯୋଗୁଁ ଲୋଇସି˚ହା ଅଞ୍ଚଳରେ ପରିବେଶ ଧ୍ବ˚ସ ହେବାରେ ଲାଗିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର