ସାବରିମାଲା ମନ୍ଦିରରେ ମହିଳାମାନଙ୍କୁ ପ୍ରବେଶର ଅଧିକାର ଦିଆ ନ ଯିବା ବିରୋଧରେ ମୁମ୍ବାଇର ମହିଳାମନେ କରିବେ ଏହି ଢ଼ଙ୍ଗରେ ପ୍ରତିବାଦ

ମୁମ୍ବାଇ: ସାବରିମାଲା ମନ୍ଦିରରେ ମହିଳାମାନଙ୍କୁ ପ୍ରବେଶର ଅଧିକାର ଦିଆ ନ ଯିବା ବିରୋଧରେ ଜାନୁଆରି ୧ ତାରିଖରେ ମହିଳାମାନେ ଏକ ନୂଆ ଧରଣର ଆନ୍ଦୋଳନ କରୁଥିବାସୂଚନା ମିଳିଛି। ସମାନତା ଅଧିକାରର ରକ୍ଷା ପାଇଁ ମୁମ୍ବାଇର କେତେକ ମହିଳା ଜାନୁଆରି ୧ ତାରିଖ ଅର୍ଥାତ୍‌ ୨୦୧୯ ନବ ବର୍ଷ ଦିନ ଏକ ମହିଳା ଶୃଙ୍ଖଳ ତିଆରି କରିବେ। ଏହା ଚୈତ୍ୟ ଭୂମଠାରୁ ଆରମ୍ଭ ହୋଇ ଶିବାଜୀ ପାର୍କ ଯାଏଁ ଲମ୍ବିବ ବୋଲି କୁହାଯାଉଛି।

ଏହି ଶୃଙ୍ଖଳର ଆୟୋଜନକାରୀ ସଂସ୍ଥା ଓ୍ଵିମେନ ଓ୍ଵାଲ୍‌ ଫର୍ମେସନ୍‌ କମିଟି ପକ୍ଷରୁ କୁହାଯାଇଛିି ଯେ ଜାନୁଆରି ୧ ତାରିଖରେ ଚୈତ୍ୟ ଭୂମିଠାରୁ ଶିବାଜୀ ପାର୍କ ଯାଏଁ ‘ମହିଳା ଶୃଙ୍ଖଳା’ ତିଆରି ହେବ। ଏଥିରେ ମୁମ୍ବାଇ ଓ ଆଖପାଖ ଉପନଗରର ମହିଳାମାନେ ଅଂଶ ଗ୍ରହଣ କରିବେ। ଉଲ୍ଲେଖଯୋଗ୍ୟ କି ଜାନୁଆରି ୧ ତାରିଖରେ କେରଳରେ ସାବରିମାଲା ମନ୍ଦିରରେ ମହିଳାମାନଙ୍କୁ ପ୍ରବେଶର ଅଧିକାର ନ ଦେବା ବିରୋଧରେ କେରଳରେ ଏକ ମହିଳା ଶୃଙ୍ଖଳ ତିଆରି ହୋଇଥିଲା। ଏହି ଶୃଙ୍ଖଳକୁ ମୁମ୍ବାଇର ମହିଳାମାନେ ସମର୍ଥନ ଦେବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଜାନୁଆରି ୧ ତାରିଖରେ ମହିଳାମାନଙ୍କର ଏକତ୍ରୀକରଣ ଦେଖିବାକୁ ମିଳିବ ମୁମ୍ବାଇରେ।

ସମ୍ବନ୍ଧିତ ଖବର