ରାସ୍ତା ମଝିରେ ଜଳିଗଲା ଟ୍ରକ୍‌

ଲରମ୍ଭା/ପାଟଣାଗଡ଼ : ପାଟଣାଗଡ଼-ଯୋଗୀମୁଣ୍ଡା ରାସ୍ତାର ବାଲିପଟା ଗାଁ ଛକ ପାଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ (ଓଆର୍‌ ୧୪ ଡି ୨୧୫୧) ହଠାତ୍‌ ଜଳିଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଟ୍ରକ୍‌ରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଅନେକ ଚେଷ୍ଟା କରିଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ ।

ପ୍ରକାଶ ଯେ ରାଜେଶ ରଞ୍ଜନ ପାତ୍ରଙ୍କ ନାମରେ ଥିବା ଉକ୍ତ ଟ୍ରକ୍‌ଟି ପାଟଣାଗଡ଼ ଯୋଗାଣ ବିଭାଗର ଟ୍ରାନ୍ସପୋର୍ଟ ଜରିଆରେ ଯୋଗୀମୁଣ୍ତା ଆର୍‌ଏମ୍‌ସିରୁ ଚାଉଳ ଆଣି ବିଭିନ୍ନ ପଞ୍ଚାୟତକୁ ଯୋଗାଇଥାଏ। ଶୁକ୍ରବାର ମଧ୍ୟ ସକାଳୁ ଚାଉଳ ଆଣିବା ପାଇଁ ପାଟଣାଗଡ଼ରୁ ବାହାରି ଯୋଗୀମୁଣ୍ଡା ଯାଉଥିଲା। ବାଲିପଟା ଗାଁ ଛକଠାରେ ଗାଡ଼ି ଇଞ୍ଜିନରୁ ହଠାତ୍ ଧୂଆଁ ବାହାରିଥିଲା। ଚାଳକ ଟ୍ରକ୍‌କୁ ଅଟକାଇ ଓହ୍ଲାଇ ପଡ଼ିଥିଲେ। ସେ କିଛି ବୁଝିବା ପୂର୍ବରୁ ହଠାତ୍ ଗାଡ଼ିରେ ନିଆଁ ଲାଗି ହୁ ହୁ ହୋଇ ଜଳି ଯାଇଥିଲା ।

ସମ୍ବନ୍ଧିତ ଖବର