ପୂର୍ବତନ ଅମିନଙ୍କୁ ଲାଞ୍ଚ ଅଭିଯୋଗରେ ୨ ବର୍ଷ ଜେଲଦଣ୍ଡ

ବାଲେଶ୍ୱର : ବାଲେଶ୍ୱର ଭିଜିଲାନ୍ସ ଅଦାଲତର ବିଚାରପତି ନିଶିଥ ନିସ ମଙ୍ଗଳବାର ଏକ ମାମଲାର ରାୟ ପ୍ରକାଶ କରି ଦୋଷୀକୁ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି।
ଏଥିସହ ଦୋଷୀକୁ ୩୦୦୦ ଟଙ୍କା ଜରିମାନା ଓ ତାହା ଅନାଦେୟ ହେଲେ ଅଧିକ ୪ମାସ ଜେଲଦଣ୍ଡ ମିଳିବ ବୋଲି ରାୟରେ ଉଲ୍ଲେଖ ରହିଛି।

ପ୍ରକାଶ ଯେ, ଦଣ୍ଡ ହୋଇଥିବା ସମ୍ପୃକ୍ତ ଦୋଷୀ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧିନ କୁସୁନପୁର ଗ୍ରାମର କମଳାକାନ୍ତ ନାୟକ(୪୮)। ଭଦ୍ରକ ଜିଲ୍ଲା ତିହିଡ଼ି ସ୍ଥିତ ଚକବନ୍ଦୀରେ ସେ ଅମୀନ ଭାବେ କାର୍ଯ୍ୟରତ ଥିଲେ। ତେବେ ୨୦୧୪ ମସିହା ମାର୍ଚ୍ଚ ମାସ ୩ ତାରିଖରେ ସ୍ଥାନୀୟ କୁବେରା ଅଂଚଳର ବିଜୟ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଜମିର ରେକର୍ଡ କରେକ୍ସନ ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗରେ ସେ ଭିଜିଲାନ୍ସ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ଏ ନେଇ ଭିଜିଲାନ୍ସ କେସ ନମ୍ବର ୧୦/୧୪ରେ ଚାଲିଥିବା ମାମଲାରେ ଆଜି ରାୟ ପ୍ରକାଶ ପାଇଥିଲା। ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ସରକାରୀ ଓକିଲ ସେକ ହାଜିରୁଦ୍ଦିନ ଏହି ମାମଲାର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର