‘କରୋନା’ ମୁକାବିଲା: ବିଧାନସଭା ପରିସରକୁ ପ୍ରବେଶ ମନା, କେବଳ କର୍ମଚାରୀ, ମନ୍ତ୍ରୀ ଓ ବିଧାୟକ ଯାଇପାରିବେ

ଭୁବନେଶ୍ବର: କରୋନା ସତର୍କତା  ନେଇ ଜନସାଧାରଣଙ୍କ ବିଧାନସଭା ପରିସରକୁ ପ୍ରବେଶ ନିଷେଧ କରାଗଲା  । କେବଳ କର୍ମଚାରୀ, ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟତୀତ ସାଧାରଣ ଲୋକ ବିଧାନସଭା ପରିସରକୁ  ଯାଇପାରିବେନି । କେବଳ ସେତିକି ନୁହେଁ, ଜଣେ କର୍ମଚାରୀ ନିଜ ଚାମ୍ବରରୁ ଅନ୍ୟ ଜଣକ ଚାମ୍ବରକୁ ମଧ୍ୟ ଯାଇପାରିବେ ନାହିଁ । ଅତି ଜରୁରୀ କାମ ଥିଲେ ସଚିବଙ୍କ ଅନୁମତି ନେଇ ସାଧାରଣ ଲୋକ ବିଧାନସଭା ପରିସରକୁ ପ୍ରବେଶ କରିପାରିବେ । ବିଧାନସଭା କାର୍ଯ୍ୟାଳୟ ଭିତରେ ବାରମ୍ବାର ଗୋଡ ହାତ ଧୋଇବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି ଜୋରଦାର୍ ପ୍ରସ୍ତୁତି । କୋଭିଡ-୧୯ ସତର୍କତା ପାଇଁ ରାଜ୍ୟବ୍ୟାପୀ ଜାରି ହୋଇଛି ସାମାଜିକ ଦୂରତା ଗାଇଡଲାଇନ । ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନହାଟ ଓ ସୁପର ମାର୍କେଟ ବନ୍ଦ ହେବନି। କିନ୍ତୁ ଏକସଙ୍ଗେ ୨୦ରୁ ୩୦ ଲୋକ ଯେପରି ନ ରହିବେ ସେ ନେଇ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସରେ କୁହାଯାଇଛି ।

ସମ୍ବନ୍ଧିତ ଖବର