ବାଲେଶ୍ୱର: ୩୩ କିଲୋ ଗଞ୍ଜେଇ ଓ କାର ଜବତ, ଚାଳକ ଫେରାର

ବାଲେଶ୍ୱର: ଖନ୍ତାପଡ଼ା ଥାନାର ଶେରଗଡ଼ ଫାଣ୍ଡି ଅନ୍ତର୍ଗତ ଶେରଗଡ଼ ଟୋଲ ଗେଟ ନିକଟରୁ ଏକ କାରରୁ ୩୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଚାଳକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଗଞ୍ଜେଇ ନେଇ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା କାର (ଡବ୍ଲୁବି ୦୬ସି ୮୯୨୦) ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଟୋଲ ଗେଟ୍‌ ନିକଟରେ କାର ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ଗାଡ଼ିଟି ଷ୍ଟାର୍ଟ ନହେବାରୁ ଚାଳକ କାର ଛାଡ଼ି ଫେରାର ହୋଇ ଯାଇଥିଲା। ପୁଲିସ କାର ଓ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର