ଟ୍ୟୁସନ୍‌ରୁ ଫେରିବା ବେଳେ ଦୁର୍ଘଟଣା ଟ୍ରକ୍‌ ଧକ୍କାରେ ଛାତ୍ର ମୃତ

 ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଟ୍ରକ୍ ଜାଳିଦେଲେ

ବାଲେଶ୍ବର: ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା-କଷାଫଳ ମୁହାଣ ରାସ୍ତାର ସୋଲପଟା ନିକଟରେ ଆଜି ସଂଧ୍ୟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟିଉସନରୁ ଫେରୁଥିବା ବେଳେ ଟ୍ରକ୍ ଧକ୍କାରେ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ସାର୍ଥା ପଞ୍ଚାୟତ ବୁଦ୍ଧିଆମାରି ଗ୍ରାମର ଜୟପ୍ରକାଶ ପାତ୍ରଙ୍କ ପୁଅ ରାଜପ୍ରକାଶ। ଘଟଣା ପରେ ଟ୍ରକ୍‌ଟି ଫେରାର ହୋଇଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋ‌େକ କିଛି ଦୂରରେ ତାକୁ ଅଟକାଇ ନିଆଁ ଲଗାଇଦେବା ସହ ସମ୍ପୃକ୍ତ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହି ଘଟଣାରେ ରାଜପ୍ରକାଶ ରହୁଥିବା ମାମୁଘର ଗଁା ଓ ନିଜ ପୈତୃକ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ଖବରରୁ ପ୍ରକାଶ, ଛାତ୍ର ରାଜପ୍ରକାଶ ସୋଲପଟା ଗ୍ରାମରେ ତାଙ୍କ ମାମୁଁ ଗୌରାଙ୍ଗ ପ୍ରଧାନଙ୍କ ଘରେ ରହି ସ୍ଥାନୀୟ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀ‌େର ପଢୁଥିଲେ।

ତେବେ  ସ୍କୁଲ ଓ ଟ୍ୟୁସନ୍‌ ସାରି ପ୍ରାୟ ସାଢ଼େ ୫ଟା ବେଳେ ରାଜକିଶୋର ମାମୁଁଘରକୁ ‌ସାଇ‌େକଲ ଯୋଗେ ଫେରୁଥିଲା। ଏହି ସମୟରେ ହଳଦୀପଦା ଛକରୁ କଷାଫଳ ମୁହାଣ ଆଡ଼କୁ ଦ୍ରୁତଗତିରେ ଯାଉଥିବା ଟ୍ରକ୍‌(ଓଆର୍‌ -୦୯ କେ- ୫୪୪୨) ପଛପଟୁ ତାଙ୍କୁ ଧକ୍କା ମାରି ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ରାଜକିଶୋରଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋ‌େକ ସମ୍ପୃକ୍ତ ଟ୍ରକ୍‌ଟିକୁ ଗୋଡ଼ାଇ ଗୋଡାଇ ଶିଳଦା ଛକଠାରେ କାବୁ କରି ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିବା ପରେ ଟ୍ରକରେ ନିଆଁ ଲଗେଇ ଦେଇଥିଲେ। ଉକ୍ତ ଡ୍ରାଇଭର ପରିଚୟ ଜଣାପଡି ନାହିଁ। ରାଜକିଶୋର ତାଙ୍କ ବାପା ମା’ଙ୍କର ଏକମାତ୍ର ପୁଅ। ତାଙ୍କର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଓ ଦ୍ରୁତ ଗାଡ଼ି ଚାଳନା ଉପରେ ଅଙ୍କୁଶ ଆଦି ଦାବି କରି ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ସଦର ତହସିଲଦାର, ବସ୍ତା ଏସ୍‌ଡିପିଓ ଓ ରୁପ୍‌ସା ଆଇଆଇସି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଖବର ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଅବ୍ୟାହତ ରହିଥିବା ବେଳେ ଘଟଣାସ୍ଥଳରେ ସମ୍ଭାବ୍ୟ ଅଘଟଣ ଏଡ଼ାଇବାକୁ ‌େଫାର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର