ବରପାଲି : ୪ ଏକର ଜମିର ଧାନଖରୀ ଜଳି ଛାରଖାର

ବରପାଲି : ବରପାଲି ବ୍ଲକ ଅନ୍ତର୍ଗତ ଫୁଲାପଲି ଗ୍ରାମର ଜଣେ ଚାଷୀ ଲୋକନାଥ ମେହେରଙ୍କ ଜମିରେ ଧାନ କଟାହୋଇ ତାକୁ ମଡ଼ାଇବା ପାଇଁ ଖରୀ ଗଦା ହୋଇଥିଲା । ନିକଟତର ଜମି ମାନଙ୍କରେ ଧାନ କଟାପରେ ନଡା ରହିଥିବାରୁ ଅନ୍ୟତ୍ର ଚାଷ କରାଯିବା ପାଇଁ କେହି ଧାନ ବିଲରେ ନଡା ପଡିବା ପାଇଁ ନିଆଁ ଲଗାଇଦେଇଥିଲେ । ହେଲେ ବିଲରେ ଧାନନଡା ପୋଡି ପୋଡି ଶ୍ରୀ ମେହେରଙ୍କ ଗଦା ହୋଇଥିବା ଧାନ ଖରୀରେ ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଯିବା ଫଳରେ ଧାନଖରୀ ଜଳିବାରେ ଲାଗିଥିଲା । ଏହି ସମୟରେ ଗ୍ରାମର ଧୁର୍ବ ମେହେର ଦେଖି ବରପାଲି ଅଗ୍ନିଶମ ବିଭାଗ କୁ ଖବର ଜଣାଇଥିଲେ ।

ଏହି ଖବର ପାଇ ଅଗ୍ନିଶମ ବିଭାଗୀୟ କର୍ମକର୍ତ୍ତା ଅଧିକାରୀ ଅରୁଣ ଟୋପନ,ଶମ୍ଭୁରାମ କୁଜୁର,ବିଘନେଶ୍ୱର ମହାପାତ୍ର, ଭୁବନେଶ୍ୱର ପଧାନ,ମୋତିର୍ମ ମୁଣ୍ଡା,ରାମ ମୁଣ୍ଡା,ନୀଳକଣ୍ଠ ସା,ରାଜେଶ ବେହେରା,ପ୍ରଦୀପ ଦେହେରି ଘଟଣା ସ୍ଥଳରେ ଉପସ୍ଥିତ ରହି ନିଆଁଲାଗିଥିବା ଧାନଖରୀ କୁ ଆୟତ୍ତ କରିବା ପାଇଁ ବହୁ କଷ୍ଟର ସାଜିତ ଦୀର୍ଘ ୧ କିଲୋମିଟର ଦୁରତ୍ବକୁ ପାଣି ପାଇପ ଲମ୍ବାଇ ନିଆଁକୁ ବୁଝାଇଥିଲେ । ନିଆଁଲିଭିବା ସମୟରେ କିଛିକାଂଶ ଧାନ ବଞ୍ଚିଥିଲେ ମଧ୍ୟ ତାହା କିଛି କାମର ନଥିଲା । ଏଣୁ ଏହାର କ୍ଷତିପୂରଣ ଦେବାପାଇଁ ରାଜସ୍ବ ନିରୀକ୍ଷକ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ଅନୁରୋଧ କରାଯିବା ଓ କ୍ଷତିପୂରଣ ପ୍ରଦାନ କରାଯିବା ପାଇଁ ଶ୍ରୀ ମେହେର ଦାବି କରିଥିଲେ ।

ସମ୍ବନ୍ଧିତ ଖବର