ନକଲି ବିହନ ନେଇ ଚାଷୀଙ୍କ ଆନ୍ଦୋଳନ ଧମକ

ଥୁଆପାଲି: ବଜାରରେ ମିଳୁଥିବା ନକଲି ବିହନର ବିକ୍ରିକୁ ବନ୍ଦ କରିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଏହାଦ୍ୱାରା ବହୁ ଚାଷୀ ସଂପୂର୍ଣ୍ଣ ଭାବରେ ସର୍ବସ୍ୱାନ୍ତ ହୋଇଯାଉଛନ୍ତି। ତେଣୁ ଏହି ଅଂଚଳର ଚାଷୀମାନେ ଏଥିପ୍ରତି ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆନଗଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଧମକ ଦେଇଛନ୍ତି। ରୂପାପାଲି ଗ୍ରାମର ଚାଷୀମାନେ ଗତ ରବି ଋତୁରେ ଭୂ-ଥ୍ରୀ ନାମକ ଏକ ଧାନ ଚାଷ କରିଥିଲେ। ମାତ୍ର ଠିକ୍‌ କେଣ୍ଡା ଧରିବା ସମୟରେ ଧାନତକ ଅଗାଡି ହୋଇଯାଇଥିଲା। ଏ ବିଷୟରେ ଜିଲ୍ଲାପାଳଙ୍କୁ ଗତ ଏପ୍ରିଲ ୩୦ ତାରିଖ ଦିନ ଚାଷୀମାନେ ଜଣାଇଥିଲେ। ଏହାସହ ଭେଡ଼େନ ତହସିଲଦାରଙ୍କୁ ମଧ୍ୟ ଆଜି ଭେଟି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏଥିରେ ଭାରତୀୟ କିଷାନ ସଂଘର ଜିଲ୍ଲା ସାଧାରଣ ସଂପାଦକ ସୋମନାଥ ଭୋଇ, ମଧୁ ଭୁଏ, ଭକ୍ତବନ୍ଧୁ ମେହେର, ଗଜପତି ଭୁଏ, ଆନନ୍ଦ ବାଗ, ଲୋକନାଥ ବାଗ, ମିତ୍ରଭାନୁ ମହାନନ୍ଦ, ମୀନକେତନ ମହାନନ୍ଦ, ପରମେଶ୍ୱର କଠାର, ହରିବୋଲ ବାଗ, ପଞ୍ଚାନନ ଥପ୍ପା ପ୍ରମୁଖ ଚାଷୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର