‘ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରିବେ ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ’

ପଦ୍ମପୁର: ଧାମନଗର ଉପନିର୍ବାଚନ ପରେ ଏବେ ପଦ୍ମପୁରରେ ବଳ କଷାକଷି ହେବ। ଏଥି ପାଇଁ ତିନି ପ୍ରମୁଖ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଧାମନଗରର ପରାଜୟର ଗ୍ଳାନିକୁ ଦୂର କରି ପଦ୍ମପୁରରେ ଜୋର୍‌ଦାର ସଫଳତା ପାଇଁ ବିଜେଡି ବଡ଼ ପ୍ରସ୍ତୁତି କରୁଛି।

ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଧାମନଗର ନିର୍ବାଚନରେ ବିଜୟ ହାସଲ କରି ଚର୍ଚ୍ଚାରେ ସୂରଜଙ୍କୁ ପଦ୍ମପୁରରେ ଦଳ ବ୍ୟବହାର କରିବ । ଏ ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଧାମନଗର ଭଳି ପଦ୍ମପୁରରେ ମଧ୍ୟ ବିଜେପି ଜୋରଶୋରରେ ଲଢେଇ କରିବ। ଏଥିପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ତିନି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଦାୟିତ୍ୱରେ ରହିଛନ୍ତି ।

ବିଜେଡ଼ି ବିଧାୟକ ବଦ୍ରି ପାତ୍ର ଏନେଇ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି ଯେ ‘ବିଧାନସଭାରେ ଆମେ ୨୩ ବିଧାୟକ ନିର୍ବାଚିତ ହେଇଥିଲୁ। ବାଲେଶ୍ଵର ଉପନିର୍ବାଚନରେ ହାରିବା ଏବଂ ଧାମନଗରରେ ଜିତିବା ପରେ ଆମର ସଂଖ୍ୟା ୨୨ ହୋଇଛି । ପଦ୍ମପୁରରେ ଜିତି ଆମେ ଏହି ସଂଖ୍ୟାକୁ ୨୩ରେ ପହଞ୍ଚାଇବୁ । ଆଉ ୨୦୨୪ରେ ଦୁଇ ତୃତୀୟାଂଶ ସିଟ ନେଇ ଆମେ ସରକାର ଗଢିବୁ। ପଦ୍ମପୁର ଆମର ଥିଲା ଆମର ହିଁ ରହିବ । ଆମେ ନିଶ୍ଚିତ ବିଜୟ ହାସଲ କରିବୁ ।’

ସମ୍ବନ୍ଧିତ ଖବର