ବ୍ରହ୍ମପୁର ପୁଲିସର ବଡ଼ ସଫଳତା: ୫ ଡକାୟତଙ୍କ ଠାରୁ ଜବତ ହେଲା ୫୪୦ ଗ୍ରାମ୍ ସୁନା ଓ ୧୦୦ ଗ୍ରାମ୍ ରୂପା ଅଳଙ୍କାର ସହ ନଗଦ ୩୦ ହଜାର ଟଙ୍କା

ବ୍ରହ୍ମପୁର:  ବ୍ରହ୍ମପୁର ପୁଲିସ ଏକ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ୫ ଜଣ ଡକାୟତଙ୍କ ସହ ସେମାନଙ୍କ ଠାରୁ ୫୪୦ ଗ୍ରାମ୍ ସୁନା ଓ ୧୦୦ ଗ୍ରାମ୍ ରୂପା ଅଳଙ୍କାର ସହ ୩୦ ହଜାର ନଗଦ ଟଙ୍କା ଜବତ କରିଛି । ଏଥିସହିତ ୫ଜଣ ଡକାୟତଙ୍କ ପାଖରୁ ଗୋଟଏ କାର, କେଟିଏମ ବାଇକ, ସୁଜିକ ବରମାନ ଷ୍ଟ୍ରିଟ ବାଇକ, ଟିଭିଏସ ଜୁପିଟର ମଟରସାଇକେଲ ସୋନି ଓ ଫିଲିପ୍ସର ଏଲଇଡଟି ଟିଭି ସମେତ ସୋନି ଡିଏସଏଲଆର କ୍ୟାମେରା ସହ ନିକନ କ୍ୟାମେରା, ସୋନି ଲାପଟପ, ଟଇଟନ ଓ ଫାଷ୍ଟ ଟ୍ରାକ ରିଷ୍ଟ ୱାଚ, ସୁନା ତରଳାଇବା ଗ୍ୟାସ ବର୍ଣ୍ଣନର ସହିତ ଅନ୍ୟ ସମାଗ୍ରୀ ଜବତ କରିଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଗିରଫ ଡକାୟତଙ୍କ ନାମ ସନ୍ତୋଷ ସାହୁ(୨୭), ଦୀପକ ମହାପାତ୍ର ଓରଫ ଦୀପୁ (୨୧), ଏ ମନୋଜ କୁମାର ସେନାପତି ଓରଫ ଆପଲା ଅନ୍ନା(୫୬), ଶିବଶଙ୍କର ସାହୁ ଓରଫ ଆନ୍ତେଇ ପାଣି (୪୧) ଓ ରବୀନ୍ଦ୍ର କୁମାର ସାହୁ(୩୯) ବୋଲି ଜଣାପଡ଼ିଛି। ଏହି ଡକାୟତଙ୍କ ନାମରେ ବିଭିନ୍ନ ଥାନାରେ ୧୫ ମାମଲା ଥିବା ପୁଲିସ ସୂଚନା ଦେଇଛି । ଗତ ୪ ବର୍ଷ ହେଲା ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି ଘଟଣାରେ ଏହି ୫ଜଣ ଡକାୟତ ସାମିଲ ଥିଲେ ।

ସମ୍ବନ୍ଧିତ ଖବର