ଭଦ୍ରକରେ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଲେ ମା ଭଦ୍ରକାଳୀ, ଚରମ୍ପା କାଳୀ ପୂଜାରେ ଦର୍ଶକଙ୍କ ଭିଡ ପ୍ରବଳ

ଭଦ୍ରକ: ପ୍ରସିଦ୍ଧ ଶକ୍ତିପୀଠ ମା ଭଦ୍ରକାଳୀ ପୀଠରେ ଶନିବାର  ପଞ୍ଚମ ଦିନ ପୂଜାରେ ମା ଭଦ୍ରାକାଳୀ  ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି। ମା ସିଂହବାହୀନୀ  ବେଶରେ ମା ପୂଜା ପାଇବା ପରେ ଆଜି  ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଥିବା ବେଳେ ଏଇ ପୂଜାକୁ ଦେଖିବା ପାଇଁ ଆଜି ଭଦ୍ରକାଳୀ ପୀଠରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା। ମାଙ୍କର ଏଇ ବେଶ ପାଇଁ ଚଳ ଚଞ୍ଚଳ ଥିଲା  ଭଦ୍ରକାଳୀ ପୀଠ। ମା ଭଦ୍ରକାଳୀ ମହାସରସ୍ବତୀ ‌ବେଶରେ ପୂଜା ପାଇବେ ଓ ଶେଷ ଦିନରେ ମା ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ।

ପ୍ରସିଦ୍ଧ ଚରମ୍ପା କାଳୀ ପୂଜା ଦେଖିବା ପାଇଁ ଆଜି ଦର୍ଶକଙ୍କ ଭିଡ ପ୍ରବଳ ରହିଛି। କାଳୀ ପୂଜାରେ ଭିଡ ଯେତିକି ରହିଛି। ସେମାନେ ଠାକୁର ଦେଖା ସାଙ୍ଗକୁ ଜିନିଷ କିଣାକିଣି କରି ରାତିରେ ଘରକୁ ଘେରୁଛନ୍ତି। ମାତ୍ର  ଆଗରୁ ଚରମ୍ପା କାଳୀ ପୂଜାର ମୁଖ୍ୟ ଆକଷୟଣ ଥିଲା  ଅପେରା ଦେଖା। ଏଥର ଏଠାରେ କାଳୀପୂଜା ଉତ୍ସବର କୌଣସି ଅପେରା ପାର୍ଟି ଆସି ନଥିବାରୁ ଦର୍ଶକଙ୍କୁ ଏହା ନିରାଶ କରିଛି। ରାତିରେ ବିଶେଷ କରି ନିରାଶ ହୋଇଘରକୁ ଘେରୁଛନ୍ତି ‌। ଯାତ୍ରା ପାର୍ଟି ନପଡିଥିବାରୁ ବିଶେଷକରି ଗାଁ ଗହଳିରୁ ଆସିଥିବା ଦର୍ଶକମାନେ ଶୀତ କାକରରେ ଘରକୁ  ଫେରୁଛନ୍ତି। ସେମାନଙ୍କ ମତ  ହେଉଛି, ଚରମ୍ପା କାଳୀ ପୂଜାର ସେ ପୂର୍ବ ଆକର୍ଷଣ ମୂର୍ତ୍ତୀ ଗଢାରେ ରହିଥିବା ବେଳେ ଅପେରା ପାର୍ଟି ନଆସିବାରୁ ଅସଲ ମଜା ନାହିଁ। ଆଜି ୫ମ ଦିନରେ ମଧ୍ୟ କାଳୀ ପୂଜା ଦେଖିବା ପାଇଁ ଏଠାରେ ହଜାର ହାଜର ଭକ୍ତଙ୍କର ସମାଗମ ହୋଇଛି। ସେହିପରି ଭଦ୍ରକାଳୀ ପୀଠରେ ମଧ୍ୟ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଛି। ଆଜି ମଧ୍ୟ ମା ଦକ୍ଷିଣ କାଳୀ ମନ୍ଦିରରେ ହଜାର ହଜାର ଭକ୍ତଙ୍କର ଭିଡ ରହିବା ସହ ପ୍ରସାଦ ସେବନ କରାଯାଇଛି।  କାଳୀ ପୂଜା ପାଇଁ ଭଦ୍ରକର ଏଇ ନିଆରା ଆକର୍ଷଣ ଏଠାକୁ ଅନ୍ୟ ଜିଲ୍ଲାରୁ ଭକ୍ତଙ୍କୁ ଟାଣି  ଆଣିଛି। 

ସମ୍ବନ୍ଧିତ ଖବର