ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୮୦ଜଣ ପିଲା ଅସୁସ୍ଥ

ଭଦ୍ରକ: ଭଦ୍ରକର ଗ୍ରାମାଞ୍ଚଳ ଥାନା ଅଧିନରେ ଥିବା କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୮୦ଜଣ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ପିଲାଙ୍କ ମଧ୍ୟରୁ ୪୭ ଜଣଙ୍କୁ ସଙ୍ଗେସଙ୍ଗେ ଗ୍ରାମବାସୀ, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଅସୁସ୍ଥମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

ସୂଚନାଯୋଗ୍ୟ, ସବୁଦିନ ପରି ଆଜି ବି କେଦାରପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରଷା ଯାଇଥିଲା। ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଜଣେ ପିଲାର ଖାଦ୍ୟରୁ ଝିଟିପିଟି ବାହାରିଥିଲା। ଖାଦ୍ୟ ଖାଇଥିବା ୮୦ଜଣ ପିଲା ସଙ୍ଗେସଙ୍ଗେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କର ବାନ୍ତି ଆରମ୍ଭ ହୋଇଯାଇଥିଲା। ପିଲାଙ୍କ ଅସୁସ୍ଥ ହେବା ଖବର ଶୁଣି ଅଭିଭାବକ ଓ ଗ୍ରାମବସୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏହାପରେ ଅସୁସ୍ଥ ପିଲାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ବି ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର