ଉତ୍ତର ଓଡ଼ିଶା ସଂସ୍କରଣରେ ସୌମ୍ୟରଂଜନଙ୍କ ଜନ୍ମଦିନ ପାଳନ

ବାଲେଶ୍ବର: ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଗୁରୁବାର ସାରା ରାଜ୍ୟରେ ଯୁବ ସ୍ବାଭିମାନ ଦିବସ ପାଳନ ହୋଇଛି। ଏହି ଅବସରରେ ବାଲେଶ୍ବର ଶିଳ୍ପାଞ୍ଚଳସ୍ଥିତ ଉତ୍ତର ଓଡ଼ିଶା ସଂସ୍କରଣ କାର୍ଯ୍ୟାଳୟରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା। ରକ୍ତଦାନ ଶିବିରରେ ୧୦୧ ଜଣ ସ୍ବେଚ୍ଛା ରକ୍ତଦାତା ରକ୍ତଦାନ କରିଥିିଲେ। ସେହିପରି ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା। ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁ ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିନ କେକ୍‌ କାଟିଥିଲେ। କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ କେକ୍‌ ଖାଇବା ସହ ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର