ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନେଇ ବିଜେଡି ପାଳିଲା ଧନ୍ୟବାଦ ଉତ୍ସବ

ବାଲେଶ୍ୱର: ବାଲେଶ୍ୱର ସହରରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ନେଇ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ପାଣିଟାଙ୍କି ଛକ ନିକଟ କଲ୍ୟାଣ ମଣ୍ଡପରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଗତ ସଦର ଉପନିର୍ବାଚନରେ ଦଳର ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆସ୍ଥା ପ୍ରକଟ କରି ଅଦ୍ଭୂତପୂର୍ବ ସମର୍ଥନ ଯୋଗାଇ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

ସଦର ବିଧାୟକ ସ୍ୱରୁପ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ପର୍ଯ୍ୟବେକ୍ଷକ ତଥା ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳଯୋଗାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପମାନ ବିଷୟରେ ସୂଚନା ଦେଇଥିଲେ।ସଂଖ୍ୟାଲଘୁମାନଙ୍କୁ ସ୍ୱାବଲମ୍ବୀ ଓ ନେତୃତ୍ୱ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସେ ଉପସ୍ଥିତ ସମ୍ପ୍ରଦାୟର ଲୋକମାନଙ୍କୁ ଓ ନେତୃତ୍ୱଙ୍କୁ ଅବଗତ କରାଇଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା କହିଲେ, ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସମ୍ପ୍ରଦାୟର ସମୂହ ଉନ୍ନତି ପାଇଁ ସବୁବେଳେ ଅଙ୍ଗୀକାରବଦ୍ଧ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅରୁଣ ଦେ, ସମାଜସେବୀ ସୁବାସିନୀ ଜେନା, ଜିଲ୍ଲା ଉପସଭାପତି ଭୁବନାନନ୍ଦ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ବରଦାପ୍ରସନ୍ନ ପଟ୍ଟନାୟକ, ସଦର ବ୍ଲକ ଅଧକ୍ଷ ନାରାୟଣ ପ୍ରଧାନ, ତପନ ଚକ୍ରବର୍ତ୍ତୀ, ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ, ପୂର୍ବତନ ଉପନଗରପାଳ, ମନୋଜ କୁମାର ରାଉତ, ଟାଉନ ସଭାପତି ସନତ ଦାସ, ସଦର ବ୍ଲକ ସଭାପତି ବସନ୍ତ କୁମାର ପଣ୍ଡା, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରଞ୍ଜନ ବାଗ, ଜିଲ୍ଲା କୃଷକ ସଭାପତି ଅଜୟ ସାମଲ, ଭାଗବତ ସାହୁ, ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ଜିଲ୍ଲା ଯୁବ ସଭାପତି ତାପସ ପରିଡ଼ା, ଓଡ଼ିଶା ମୋ ପରିବାର ସଂଯୋଜକ ସାହିରୁଲ ହକ୍, ଇନ୍ତଖବାବ ଅଲ୍ଲୀ ଖାଁ, ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ମୀନା ମହାନ୍ତି, ଟାଉନ ମହିଳା ସଭାନେତ୍ରୀ ରଞ୍ଜିତା ମହାପାତ୍ର, ଶକ୍ତିପଦ ରାୟ, ଗିରୀଶ ଦାଶ, ମୋବାରକ ଖାଁ, ଶେଖ ହାଇଦର ଖାଁ, ସାକୀର ଖାଁ, ଶେଖ ରାଜୁ, ବିନୋଦ ପାଣି, ଶ୍ରଦ୍ଧାଞ୍ଜଳି ରାୟଙ୍କ ସମେତ ବାଲେଶ୍ୱର ୮ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର, ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଓ ଦଳର ବହୁ ବିଶିଷ୍ଟ ଏବଂ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର