ବିଜେଡିର ପ୍ରତିଷ୍ଠା ଦିବସରେ ନବୀନଙ୍କ ଗୁଣଗାନ କଲେ ନେତା

ଘୁ.ଉଦୟଗିରି: ଆଗକୁ ଆସୁଛି ନିର୍ବାଚନ ଋତୁ। ତାପୂର୍ବରୁ ସମସ୍ତ ଦଳ ଏବଂ ଦଳୀୟ ନେତା ଏବଂ କର୍ମୀ ବିଭିନ୍ନ କାର୍ଯ୍ୟକ୍ରମ କରି ସାଧାରଣ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଜେଡି ନିଜ ଦଳର ୨୫ବର୍ଷ ପୂର୍ତ୍ତି ଏବଂ ୨୬ତମ ପ୍ରତିଷ୍ଠା ଦିବସ ପାଳନ ବହୁ ଆଡମ୍ବରରେ କରୁଥିବା ଦେଖିବାକୁ ମିଳିଛି। ଆଜି ସ୍ଥାନୀୟ ଷ୍ଟାଡିୟମ ଠାରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ସ୍ଥରୀୟ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୬ ତମ ପ୍ରତିଷ୍ଠା ଦିବସ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସମାରୋହରେ ହଜାର ହଜାର ଲୋକ ଯୋଗଦେଇଥିଲେ।

ପ୍ରଥମେ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ସ୍ଥାନୀୟ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ନେତୃତ୍ୱରେ ନଗର ବିଜେଡି ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଘ, ସମସ୍ତ ବିଜେଡି କାଉନସିଲର ଏବଂ ହଜାର ହଜାର ବିଜେଡି କର୍ମୀ ଶଙ୍ଖ ନୃତ୍ୟ ଦଳର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ଷ୍ଟାଡିୟମରେ ପହଞ୍ଚିଥିଲେ। ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବଡମ୍ବା ବିଧାୟକ ଦେବୀ ମିଶ୍ର, କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ସହପର୍ଯ୍ୟବେକ୍ଷକ ତଥା ବିହନ ନିଗମ ଅଧ୍ୟକ୍ଷ ବିଜୟ କୁମାର ନାୟକ ମଞ୍ଚସିନ ରହି ଉପସ୍ଥିତ ବିଜେଡି କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ସମସ୍ତଙ୍କ ମୁହଁରେ ନବୀନଙ୍କ ଗୁଣଗାନ ଶୁଣିବାକୁ ମିଳିଥିବା ବେଳେ ସମସ୍ତେ ନିଜ ନିଜ ଅଭିଭାଷଣରେ ୨୦୨୪ ସାଧାରଣ ନିର୍ବାଚନରେ କିଭଳି ବିଜେଡି ବିଜୟୀ ହେବ ତା ଉପରେ ସ୍ବତନ୍ତ ଭାବେ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୁନମ କହଁର, ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ବିଷ୍ଣୁ ମଲ୍ଲିକ, ସୁନୀଲ ସେଠୀ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଟିକାବାଲି ବ୍ଲକ ଅଧକ୍ଷ ଦିଲ୍ଲୀପ କହଁର, ଦାରିଙ୍ଗବାଡି ଅଧକ୍ଷ ସୁଶାନ୍ତ ପ୍ରଧାନ, ରାଇକିଆ ବ୍ଲକ ଅଧକ୍ଷ ପ୍ରିତମ ପ୍ରଧାନ, ଟିକାବାଲି ଜିଲ୍ଲା ପରିଷଦ ମେମ୍ବର ନମିତା କହଁର, ଘୁ ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ରାଇକିଆ ଜିଲ୍ଲା ପରିଷଦ ସଭ୍ୟା ମମତା ପ୍ରଧାନ,ଦାରୀଙ୍ଗବାଡ଼ି ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ସ୍ଥାନୀୟ ପରିଷଦ ସଭାପତି ଗୋପାଳ ମହାପାତ୍ର, ସ୍ଥାନୀୟ ବ୍ଲକ ସଭାପତି ଲିଙ୍ଗରାଜ କହଁର, ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଲ, ଦାରିଙ୍ଗବାଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ ସଭାପତି ରାଜମହନ ଦିଗାଲ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କଟକର ଏକ ମେଲୋଡି ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର