ଟିଟିଲାଗଡ଼ରେ ଆବାସ ଯୋଜନା ତାତି, ବ୍ଲକ୍‌ ଅଫିସ ଘେରିଲା ବିଜେପି

ଟିଟିଲାଗଡ଼: ଟିଟିଲାଗଡ ବ୍ଲକ୍‌ର ୨୪ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛି ସ୍ଥାନୀୟ ବିଜେପି। ଏହାକୁ ନେଇ ଗୁରୁବାର ବିଜେଜି କର୍ମକର୍ତ୍ତା ସ୍ଥାନୀୟ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହା ପୂର୍ବରୁ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରୁ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନଙ୍କ ନେତୃତ୍ୱରେ ତାଲିକାରୁ ବାଦ୍‌ ପଡ଼ିଥିବା ବହୁ ଯୋଗ୍ୟ ହିତାଧିକାରୀ ଓ ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ବ୍ଲକ୍‌ କାର୍ଯ୍ୟାଳୟକୁ ଆସିଥିଲେ। ଯଥାଶୀଘ୍ର ଏହି ତାଲିକାର ପୁନଃ ତର୍ଜମା କରି ଅଯୋଗ୍ୟଙ୍କୁ ବାଦ୍‌ ନଦେଲେ ବିଜେପି ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ମହେନ୍ଦ୍ର ଠାକୁର, ଯୁବମୋର୍ଚ୍ଚା ସଦସ୍ୟ ନରସିଂହ ସିଂହ, ନବୀନ ଜୈନ, ଅକ୍ଷୟ ରଣା, ଦିଲୀପ ଖର୍ସେଲ, ବିପିନ ଠାକୁର, ନିରୁପମା ସରାଫ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର