ଆଇଆରବି ବ୍ୟାଟାଲିୟନ କ୍ୟାମ୍ପସ ପରିସରରେ ୩୫ ୟୁନିଟ ରକ୍ତ ସ˚ଗୃହିତ

କୋରାପୁଟ: ପେଷାରେ ସମସ୍ତେ ସୁରକ୍ଷା କର୍ମଚାରୀ। ପେଷା ସିନା ଦେଶମାତୃକାର ସୁରକ୍ଷା କିନ୍ତୁ ମନ ହେଉଛି ସମାଜ ସେବାରେ। ପ୍ରତିଦିନ ଆଇନ ଶୃଙ୍ଖଳାର ସୁରକ୍ଷା ସହ ଜଡିତ। ଏହା ଭିତରୁ ସମୟ ବାହାର କରି ଆଜି ସେମାନେ ତାଙ୍କ ଦମ୍‌ ଦେଖାଇଛନ୍ତି। ସ୍ଥାନୀୟ କୋରାପୁଟ ସ୍ଥିତ ପ୍ରଥମ ଆଇଆରବି ବ୍ୟାଟାଲିୟନ କ୍ୟାମ୍ପସ ପରିସରରେ କୋରାପୁଟ ରକ୍ତଭଣ୍ତାରର ତତ୍ତ୍ବାବଧାନରେ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଏକତ୍ରୀତ ହୋଇଥିଲେ। ‘ସମ୍ବାଦ’ ଆମ ଓଡ଼ିଶାର ମିଳିତ ଆୟୋଜନରେ ଏକ ରକ୍ତଦାନ ଶିବିରରେ ଯୋଗଦାନ କରିଥିଲେ। ଏଥିରେ ୩୫ଜଣ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା। ତେବେ ଏହି ସୁରକ୍ଷାକର୍ମୀ ସୁରକ୍ଷାକାର୍ଯ୍ୟରେ ନିୟୋଜିତ ରହିବା ସହିତ ଜୀବନ ପାଇଁ ବୁନ୍ଦାଏ ରକ୍ତ ଦେଇଛନ୍ତି। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓଡ଼ିଶାରେ କାହାରିକୁ ରକ୍ତ ଅଭାବରୁ ମରିବାକୁ ଦେବାନି ଉକ୍ତିକୁ ସାର୍ଥକ କରାଇଛନ୍ତି।

ରକ୍ତଦାନ ଯେ ମହତ ଦାନ ତାହାକୁ ଆଜି ଏହି ସୁରକ୍ଷାକର୍ମୀ ସମୂହ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଖାଲି ସେତିକି ନୁହେଁ ଡେପ୍ୟୁଟି କାମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ପ୍ରଫୁଲ କୁମାର ସିଂହ ଆଜିର ରକ୍ତଦାନକୁ ମିଶାଇ ମୋଟ୍‌ ୭୪ ଥର ରକ୍ତଦାନ କରିସାରିଲେଣି। ତାଙ୍କଠାରୁ ପ୍ରୋତ୍ସାହନ ପାଇଁ ସୁରକ୍ଷାକର୍ମୀ ମାନେ ରକ୍ତଦାନରେ ଯୋଗ ଦେଇଥିଲେ। ଆଜିର ଏହି ରକ୍ତଦାନ ଶିବିରକୁ ଅନୁଷ୍ଠାନର ଡେପ୍ୟୁଟି କମାଣ୍ଡାଣ୍ଟ ପ୍ରଫୁଲ କୁମାର ସିଂହ, ଡେପ୍ୟୁଟି କମାଣ୍ଡାଣ୍ଟ ମକରନ୍ଦ ନାୟକ, ଡେପ୍ୟୁଟି କମାଣ୍ଡାଣ୍ଟ ଡି.ବି. ମହାପାତ୍ର, ‘ସମ୍ବାଦ’ର କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ, ଇନ୍‌ସପେକ୍ଟର (ଆରମ୍ଡ) ହିଂମାଶୁ ଶେଖର ନାୟକ, ଏସଆଇ (ଆରମ୍ଡ) ତପନ କୁମାର ବେହେରା, ଏଏସଆଇ (ଆରମ୍ଡ) ଆର.କେ ମହାନ୍ତି ଓ ଶିକ୍ଷକ ସୁସାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ତିତ ରହି ଏହି ଶିବିରକୁ ଆରମ୍ଭ କରିଥିଲେ। ଏଥିରେ କୋରାପୁଟ ରକ୍ତଭଣ୍ତାର ରଞ୍ଜୀତ କୁମାର ସାହୁ, ବିଶ୍ବାୟନ ନାୟକ, ଅଜିତ କୁମାର ଗୌଡ ଓ ରବିନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Sambad

ରକ୍ତଦାତା ଜୀବନ ଦାତା- ଡେପ୍ୟୁଟି କମାଣ୍ଡାଣ୍ଟ ପି.କେ ସିଂହ, ପିତବାସ ରାଉତରାୟ, ଯଶୋବନ୍ତ ପ୍ରଧାନ, ପ୍ରଶାନ୍ତ କିଶାନ, ରଞ୍ଜନ ରାଏ, ହରିବନ୍ଧୁ ହାଲବା, ଶ୍ରୀରାମ ଭତ୍ତ୍ରା, ଏନ୍‌. ପୂଜାରୀ, ଏଲ.କେ ନାଗ, ଏସ. କେ ପ୍ରଧାନ, ଏମ. ଆର ମହାପାତ୍ର, ତୈଳ ପରିଜା, ଏକଦଶୀଆ ମହାକୂର, ଭୈରବ ପ୍ରସାଦ ମଣ୍ଡଳ, ଏସ. କେ ବେହେରା, ଏସ.କେ ପ୍ରଧାନ, ଅନୂପ କୁମାର ସାହୁ, ସୁଧୀର ରାଉତ, କେ.ଏସ ରେଡ୍ଡୀ, ଏ. କେ ପାଢୀ, ଏ. କେ ମହାନ୍ତି, ପି.କେ ପାତ୍ର, ଏ‌. କେ ସାହୁ, ବି. ଦାଶ, ସୌମ୍ୟରଞ୍ଜନ ସାହୁ, ନବଜ୍ୟୋତି ଦାଶ, ହେମନ୍ତ କୁମାର ନାୟକ, ସୂର୍ଯ୍ୟ ନାରାୟଣ ପାଢୀ, ଜଗଦୀଶ ପ୍ରଧାନ, କ୍ଷୀରୋଦ କୁମାର ମଲ୍ଲିକ, ରାମଚନ୍ଦ୍ର କଲାର, ଦିଲ୍ଲିପ କୁମାର ନାୟକ, ଯଶୋବନ୍ତ କୁମାର, ଜିତେନ୍ଦ୍ର ସାହୁ ଓ ଦୀପସୁନ୍ଦର ମହାପାତ୍ର।

ସମ୍ବନ୍ଧିତ ଖବର