ଘାଟିରୁ ଓଲଟିଲା ବସ୍: ୧୫ରୁ ଅଧିକ ଯାତ୍ରୀ ଆହତ

ହରଭଙ୍ଗା: ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଓଏସଆରଟିସି ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଫୁଲବାଣୀ ରାଣୀପଥର ଘାଟିରୁ ବସଟି ତଳକୁ ଖସିଯାଇଛି। ଫଳରେ ବସରେ ଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଫୁଲବାଣୀ ଏବଂ ପୁରୁଣା କଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବୁଧବାର ସକାଳୁ ବସ୍‌ଟି ଫୁଲବାଣୀରୁ ଅନୁଗୁଳ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରର ରେସକ୍ୟୁ ଅପରେସନ୍ ବେଶ୍ କଷ୍ଟଦାୟକ ଥିଲା। ବସ୍‌ଟି ଓଲଟି ପଡିଥିବାରୁ ସେ ଭିତରୁ ଜଣ ଜଣଙ୍କୁ ବାହାର କରିବାକୁ ପଡିଥିଲା। ବସ୍‌ର କାଚ ଭାଙ୍ଗି ସେଥିରୁ ଯାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା।

ସମ୍ବନ୍ଧିତ ଖବର