ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଶାନ୍ତି, କୋଭିଡ଼୍‌ କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ବିରୋଧ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏକ କୋଭିଡ଼୍‌ କେୟାର‌ ସେଣ୍ଟର ସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ମହାବିଦ୍ୟାଳୟ‌ରେ ଏଭଳି କୋଭିଡ଼୍‌  କେନ୍ଦ୍ର ସ୍ଥାପନ କରାଗଲେ ଏହା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କଲେଜ ହଷ୍ଟେଲକୁ କୋଭିଡ଼୍‌  କେୟାର୍‌ ସେଣ୍ଟର୍‌ କରାଯାଉଥିବାରୁ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ। ମହାବିଦ୍ୟାଳୟ ପରିସରରେ କୋଭିଡ଼୍‌  ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ କ୍ୟାମ୍ପସରେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହେବ ବୋଲି ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏନେଇ ଆଜି ଶତାଧିକ ଛାତ୍ର ମହାବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। କରୋନା ସଂକ୍ରମଣ ସମୟରେ ଏଭଳି ଏକଜୁଟ ନ ହେବାକୁ ପୁଲିସ କହିବା ସହ ସେମାନଙ୍କୁ ଘଉଡ଼ାଇଥିଲା। ଏହା ସତ୍ତ୍ବେ ଛାତ୍ରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତୁରନ୍ତ ମହାବିଦ୍ୟାଳୟ ପରିସରରୁ କୋଭିଡ଼୍‌  କେୟାର ସେଣ୍ଟର ହଟାଯାଉ ବୋଲି ଛାତ୍ର ନେତା ବିଶ୍ବଜିତ ମହାରଣା, ଚିନ୍ମୟ ପ୍ରଧାନ, ଇମାନୁଏଲ ବାରିକ, ଚନ୍ଦନ ଛତ୍ରିଆ, ଆକାଶ ସାହୁ, ସ୍ବାଗତ ଶୁଭମ ପ୍ରଧାନ, ରାକେଶ କୁମାର ସାହୁ, ରାହୁଲ ପଟ୍ଟନାୟକ, ଦେବାଶିଷ ସାହୁ, ଦେବଦାସ ମଲିକ, ଅମିର ଚାନ୍ଦ ଦିଗାଲ, ସଂଗ୍ରାମ ବେହେରା, ଆଲୋକ ନାଏକ, ଆଦିତ୍ୟ ପ୍ରସାଦ ମହାକୁଡ଼, ରାଧେଶ୍ୟାମ ବେହେରା, ରିଙ୍କୁ ପ୍ରଧାନ, ଆଶିଷ କୁମାର ମହାନ୍ତି, ମନୀଷ ପୁରୋହିତ, ସତ୍ୟ ନାରାୟଣ‌ ବେ‌ହେରା, କରନ ଦୀପ, ଫିଲିମନ ମଣ୍ଡଳ, ସୌମ୍ୟରଂଜନ ସାହୁ, ସିମୁନ କୁମାର ପ୍ରଧାନ, ଶକ୍ତିଭୂଷଣ ବିଶ୍ବାଳ, ଗୁଣଧର ସେନାପତି, ହୃଦାନନ୍ଦ ପ୍ରଧାନ, ଆଶିଷ ଖଟୁଆ, ଆଦିତ୍ୟ ପଣ୍ଡା, ଦେବାଶିଷ ମାଝି, ସିମାଞ୍ଚଳ ପଣ୍ଡା, ଗୌତମ ବଘାର, ପ୍ରଭାତ କୁମାର ସାହୁ, ବିପୁଲ କୁମାର ପାଢୀ, ବୁଦ୍ଧଦେବ ନାଏକ, ସଞ୍ଜିତ ପରାସେଠ, ଦେବାଶିଷ ବେହେରା, ପ୍ରିୟବ୍ରତ ପଣ୍ଡା, ସୌରଭ ମେହେରା, ମୁକେଶ ମହାରଣା, ବିଶ୍ବଜିତ ପ୍ରଧାନ, ରାକେଶ ପ୍ରଧାନ, ଅଂଶୁମାନ କର୍ଣ୍ଣ, ଆଦିତ୍ୟ କୁମାର ବେହେରା, ସୌମ୍ୟକାନ୍ତ ପ୍ରଧାନ, ମୁକେଶ ଭୋଇ, ରାକେଶ କୁମାର ସାହୁ ପ୍ରମୁଖ ସ୍ମାରକପତ୍ରରେ ସ୍ବାକ୍ଷର କରିବା ସହ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ସମ୍ବନ୍ଧିତ ଖବର