ଉମୁରୀ ରେଳଟ୍ରାକରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମରଶରୀର

ଜୟପୁର: ଉମୁରୀ ରେଳ‌ଷ୍ଟେସନ୍ ନିକଟରେ ତଥା ଜୟପୁର-ବୋରିଗୁମ୍ମା ଜାତୀୟରାଜପଥ ମଧ୍ୟରେ ପଡ଼ୁଥିବା ବ୍ରିଜ୍ ନିକଟରୁ ଆଜି ଜୟପୁର ଓ କୋରାପୁଟ ଜିପିଆରଏସ୍ ପୁଲିସ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମରଶରୀରକୁ ଉଦ୍ଧାର କରିଛି। ମୃତକ ଜଣକ ସ୍ଥାନୀୟ ଜୟପୁର ସଦରଥାନା ଅର୍ନ୍ତଗତ ଅନ୍ତା ଗାଁର ୨୪ବର୍ଷୀୟ ଜଗନ୍ନାଥ ହରିଜନ। ଜଗନ୍ନାଥଙ୍କର ଗତ କିଛିଦିନ ହେବ ସାମାନ୍ୟ ମାନସିକ ଭାରସାମ୍ୟ ହରାଇ ଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିବା କହିଛନ୍ତି ଜିପିଆରଏସ୍ ସବଇନିସ୍‌ପେକ୍ଟର ବିନୟ କୁମାର ଭୋଇ। ଘଟଣାଟି ଭୋର ୫ଟାରୁ ୭ଟା ମଧ୍ୟରେ ହୋଇଛି।

ଏହି ସମୟରେ ଯାଇଥିବା ଚଳନ୍ତା ଟ୍ରେନ ସମ୍ପର୍ଶରେ ଆସି ସେ ମୃତ୍ୟୁ ବରଣ କରିଥିବା ପୁଲିସ କହିଛି। ଗୁଡସ୍ ଟ୍ରେନର ପାଇଲଟ୍ ଉମୁରୀ ଷ୍ଟେସନରେ ସୂଚନା ଦେବା ପରେ ମରଶରୀରକୁ ପଂଚନାମା କରି ଉଦ୍ଧାର କରାଯାଇଛି। ମରଶରୀରକୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣି ବ୍ୟାବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଥିବା କହିଛନ୍ତି ସବଇନିସ୍‌ପେକ୍ଟର ଭୋଇ। ତେବେ ଜଗନ୍ନାଥଙ୍କ ମୃତ୍ୟୁକୁ ନେଇ ଭିନ୍ନଭିନ୍ନ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର