ଅଜଣା ଗାଡ଼ି ଧକ୍କାରେ ଭାଇ-ଭଉଣୀ ମୃତ

ଯାଜପୁର: ଧର୍ମଶାଳା ଥାନା ବାରବାଟୀ ୧୬ ନଂ ଜାତୀୟ ରାଜପଥ ଦୁର୍ଗାପୁର ନିକଟରେ ଅଜଣା ଗାଡି ଧକ୍କାରେ ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମସୁରପୁର ଗାଁର ଆଦିତ୍ୟ ମହାନ୍ତି (୩୮) ଓ ସସ୍ମିତା ମହାନ୍ତି (୩୨)। ଭାଇ ଭଉଣୀ ଏକ ବାଇକ ଯୋଗେ ଆସୁଥିବା ବେଳେ ପଛରୁ ଅଜଣା ଗାଡି ଧକ୍କା ଦେଇଥିଲା। ଉଭୟ ତଳେ ପଡି ଯିବା ପରେ ଗାଡି ସେମାନଙ୍କ ଉପରେ ଚଢି ଯାଇ ଫେରାର ହୋଇ ଯାଇଛି। ସୂଚନା ମିଳିବା ପୁଲିସ ଘଟଣାସ୍ଥଳରେ ପହଂଚି ୨ ମୃତଦେହ ଜବତ କରିଛି।

ସମ୍ବନ୍ଧିତ ଖବର