ବିଜେପି ନେତାଙ୍କ ବୟାନ: ପ୍ରତିଦିନ ବିବାହ ହେଉଛି, ଟ୍ରେନ-ବିମାନର ଟିକେଟ୍ ମିଳୁ ନାହିଁ; ଆର୍ଥିକ ମାନ୍ଦାବସ୍ଥା ଥିବା ଭଳି ଲାଗୁ ନାହିଁ

ନୂଆଦିଲ୍ଲୀ:  କର୍ଣ୍ଣାଟକର ବିଜେପି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗଡୀ ଦେଶର ଅର୍ଥନୀତିକୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପିର ବିରୋଧି ଦଳ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲୁଥିବା ନେଇ ଦାବି କରି ଆସୁଥିବା ବେଳେ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ସୁରେଶ ଅଙ୍ଗଡୀ। ବିମାନରେ ସିଟ୍ ମିଳୁ ନାହିଁ, ଟ୍ରେନରେ ଟିକେଟ ମିଳୁନାହିଁ ଓ ପ୍ରତିଦିନ ବିବାହ ହେଉଛି। ଏତେ ସବୁ ହେଉଛି, କାରଣ ଲୋକମାନଙ୍କ ପାଖରେ ଟଙ୍କା ଅଛି ଓ ଦେଶର ଅର୍ଥବ୍ୟବସ୍ଥା ଠିକ୍ ଚାଲିଛି। ଏଭଳି ପରିସ୍ଥିତିରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଥିବା କଥା କହିବା ଯୁକ୍ତିଯୁକ୍ତ ନୁହେଁ। ଏ ସବୁ ମୋଦୀଜୀଙ୍କ ଛବି ଖରାପ କରିବା ପାଇଁ ଅପପ୍ରୟାସ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

 नरेंद्र मोदी की छवि को धूमिल करने की कोशिश
oneindia.com

ସୂଚନା ମୁତାବକ, କିଛି ଦିନ ହେବ କିଛି ଏଜେନ୍ସି ଓ ଅର୍ଥନୀତିଜ୍ଞମାନେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଉଥିବା ନେଇ ଦାବି କରିଥିଲେ। ଏହା ସହ ଦେଶର ପ୍ରଧ‌ାନମନ୍ତ୍ରୀ ହୋଇ ମୋଦୀଜୀ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ କୌଣସି ଉଦ୍ୟମ  କରୁନଥିବା ନେଇ ମଧ୍ୟ ବିରୋଧିମାନେ ଦାବି କରିଥିଲେ। ସେ ସବୁ ଦାବିକୁ ଶୁଣିବା ପରେ କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗଡୀ ଏଭଳି ବୟାନ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର