ଜଗତସିଂପୁରରୁ ବ୍ରାଉନ ସୁଗାର ଜବତ, ୭ ଗିରଫ

ଜଗତସିଂହପୁର: ଜଗତସିଂପୁର ଜିଲ୍ଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର ଏରସମା, କୁଜଙ୍ଗ ଓ ରଘୁନାଥପୁର ଅଞ୍ଚଳରେ ତିନୋଟି ଗ୍ୟାଙ୍ଗ ଉପରେ ଚଢ଼ାଉ କରିଛି ପୁଲିସ। ଚଢ଼ାଉ ସମୟରେ ପାଖାପାଖି ୫୪୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ସମେତ ଅଳଙ୍କାର ଓ ୨୧ ଲକ୍ଷ ନଗଦ ଟଙ୍କା ଜବତ କରିଛି ପୁଲିସ। ଏହାସହ ତିନୋଟି ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପୁଲିସ।

ସୂଚନାଅନୁଯାୟୀ, ଜଗତସିଂପୁରରେ ଏବେ ମାତିଛି ଧଳାଜହର ଆତଙ୍କ। ଏ ନେଇ ଏସ୍‌ପି ଅଖିଳେଶ୍ୱର ସିଂହଙ୍କ ନେତୃତ୍ବରେ କିଛିଦିନ ହେବ ଏକ ସ୍ପେଶାଲ ଡ଼୍ରାଇଭ ଆରମ୍ଭ କରାଯାଇଛି। ଜିଲ୍ଲାର ଏରସମା, କୁଜଙ୍ଗ ଓ ରଘୁନାଥପୁର ଅଞ୍ଚଳରେ ବିଶେଷସୂତ୍ରରୁ ଖବର ପାଇ ତି‌ନୋଟି ଗ୍ୟାଙ୍ଗ ଉପରେ ଚଢ଼ାଉ କରିଛି ପୁଲିସ। ପୂର୍ବରୁ ହୋଇଥିବା ଅଭିଯୋଗକୁ ଆଧାର କରି ଉକ୍ତ ଗ୍ୟାଙ୍ଗ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୫୪୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ସମେତ ଅଳଙ୍କାର ଓ ୨୧ ଲକ୍ଷ ଟଙ୍କା ଜବତ କରିବାସହ ୭ ଜଣଙ୍କୁ ଗିରଫ କରିଛି ପୁଲିସ।

ସମ୍ବନ୍ଧିତ ଖବର