ମାଲକାନଗିରି: ସର୍ଭିସ ରିଭଲଭରରେ ନିଜକୁ ଗୁଳିକରି ବିଏସଏଫ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି: ମାଲକାନଗିରିରେ ନିୟୋଜିତ ଜଣେ ବି ଏସ ଏଫ ଯବାନ ନିଜ ସର୍ଭିସ ରିଭଲଭରରୁ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ପଙ୍କଜ ସାହା ଓ ଘର ଝାରଖଣ୍ଡରେ। ଆତ୍ମହତ୍ୟାର କାରଣ ଜଣାପଡ଼ିି ନାହିଁ। ଖବର ପାଇ ବରିଷ୍ଠ ବି ଏସ ଏଫ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ପଙ୍କଜ ସାହା ମାଲକାନଗିରି ଚିତ୍ରକୋଣ୍ଡାର ଟନେଲ କ୍ୟାମ୍ପ ନିକଟରେ ଥିବା ବି ଏସ୍‌ ଏଫ ଶିବିରରେ ନିୟୋଜିତ ଥିଲେ। ଆଜି ସକାଳୁ ଶ୍ରୀ ସାହା ନିଜ ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏ ନେଇ ବିଏସଏଫ କ୍ୟାମ୍ପରେ ଥିବା ଅନ୍ୟ ଯବାନମାନେ ସ୍ତବ୍ଧ ହୋଇ ଯାଇଥିଲେ। ତେବେ ଘଟଣାସ୍ଥଳରେ ଶ୍ରୀ ସାହାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କ୍ୟାମ୍ପ ଭିତରୁ ବର୍ତ୍ତମାନ ସୁଦ୍ଧା ମୃତଦେହକୁ ବାହାରକୁ ଅଣାଯାଇ ନାହିଁ। ବି ଏସ ଏଫ ପକ୍ଷରୁ ଏ ନେଇ ପୁଲିସକୁ ଅବଗତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର