ସମ୍ବଲପୁର: କାର ଦୁର୍ଘଟଣାରରେ ବସ ମାଲିକ ମୃତ

ସମ୍ବଲପୁର: ଗତକାଲି ରାତିରେ ଝାରସୁଗୁଡ଼ା- ସମ୍ବଲପୁର ରାସ୍ତାର ନୂଆ ଖରିଙ୍ଗା ନିକଟରେ ଏକ କାର ପଛପଟୁ ଏକ ଟ୍ରକ୍‌କୁ ଧକ୍କା ଦେବା ଫଳରେ ସମ୍ବଲପୁରର ଜଣାଶୁଣା ବସ ମାଲିକ ପ୍ରଣବ କିଶୋର ଦେବତାଙ୍କର ପରଲୋକ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଶ୍ରୀ ଦେବତା ନିଜର ବ୍ୟବସାୟୀକ କାର୍ଯ୍ୟରେ ରେଙ୍ଗାଲି ଯାଇଥିଲେ। ରାତି ପ୍ରାୟ ୧୦ଟା ବେଳେ ସେ ତାଙ୍କ ପତ୍ନୀଙ୍କ ସହିତ ଫୋନ୍‍ ଯୋଗେ କଥା ହୋଇ ନିଜ ଅଇଁଠାପାଳିସ୍ଥିତ ଘରକୁ ଫେରୁଥିବା କହିଥିଲେ। ତେବେ ଗତକାଲି ରାତିରେ ବର୍ଷା ଲାଗି ରହଥିଲା ଓ ଶ୍ରୀ ଦେବତାକାରଯୋଗେ ଘରକୁ ଫେରୁଥିବେ ବେଳେ ତାଙ୍କ କାର ନୂଆ ଖୁରୁଙ୍ଗା ନିକଟସ୍ଥ ଟୋଲପ୍ଲାଜା ପାଖରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ଗୁରୁତର ଭାବେ ଆହତ ଶ୍ରୀ ଦେବତାଙ୍କୁ ବୁର୍ଲା ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଶ୍ରୀ ଦେବତା ହେଉଛନ୍ତି ସମ୍ଭଲପୁରରୁ ଚଳାଚଳ କରୁଥିବା ଜୟମାତା ଦି ବସର ମାଲିକ।

ସମ୍ବନ୍ଧିତ ଖବର