ଦୁର୍ଗମ ମହୁପଦରରେ ବିଏସଏଫର ଜନସମ୍ପର୍କ ଶିବିର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଦୁର୍ଗମ ମହୁପଦର ଠାରେ ବିଏସଏଫ ବାଟାଲିୟନ ୨ ତରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଗୁରୁ ରାଜ, ରିତେଶ କୁମାର, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜନସମ୍ପର୍କ ଶିବିରରେ ଛତିଶଗଡ ସୀମାକୁ ଲାଗି ରହିଥିବା ଦଣ୍ଡିପଦର ଗ୍ରାମର ଲୋକଙ୍କୁ ସମ୍ମାନୀତ କରାଯାଥିଲା। ଏହି ଶିବିରେ ନକ୍ସଲ ପ୍ରବଣ ଗ୍ରାମର ଶତାଧିକ ମହିଳା, ପୁରୁଷ ଏବଂ ଶିଶୁମାନେ ଉପସ୍ଥିତ ଥିଲେ। ବିଏସଏଫ ତରଫରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇ ସମସ୍ତଙ୍କୁ ଶାଢୀ, ଲୁଙ୍ଗି, କଂସାବାସନ, ଦୈନନ୍ଦିନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏଥିସହ ଶିଶୁମାନଙ୍କୁ ବ୍ୟାଗ, କଲମ, ପେନସିଲ ଇତ୍ୟାଦି ମଧ୍ୟପ୍ରଦାନ କରାଯାଇଥିଲା। ଯୁବ ବର୍ଗଙ୍କୁ ଖେଳସାମଗ୍ରୀ ପ୍ରଦାନ କରାଯାଇଥିଲା। ନକ୍ସଲକୁ ସମର୍ଥନ ନକରି ଯବାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।

Sambad

ମାଲକାନଗିରିରେ ବିଏସଏଫ ଅବସ୍ଥାପିତ ହେବା ପରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି। ମହୁପଦର ଅଞ୍ଚଳରୁ ମଧ୍ୟ ନକ୍ସଲ ବିତାଡିତ ହୋଇଛନ୍ତି। ଏଥର ଏହି ଅଞ୍ଚଳରେ ବିକାଶର ଧାରା ଆଗେଇବ। ତେଣୁ ସମସ୍ତଙ୍କର ସହଯୋଗ ହେଲେ ଏହା ସମ୍ଭବ ହୋଇପାରିବ ବୋଲି କୁହାଯାଇଥିଲା। ଲୋକେ ମଧ୍ୟ ନକ୍ସଲର ହାତ ଛାଡି ପ୍ରଶାସନ ଏବଂ ବିଏସଏଫକୁ ସହଯୋଗ କରିବେ ବୋଲି ପ୍ରତିଶ୍ତୁତି ଦେଇଥିଲେ। ବିଏସଏଫ ଏବଂ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଗଢି ଉଠିଥିଲା। ଯବାନଙ୍କୁ ଦେଖିଲେ ଲୋକେ ଡରୁଥିଲେ, କିନ୍ତୁ ଯବାନ ମଧ୍ୟ ଜଣେ ମଣିଷ ବୋଲି ଜାଣିବା ପରେ ସେମାନଙ୍କ ଏହି ଅଞ୍ଚଳର ଲୋକେ ମିଶି ନିଜର ଭାବ ଆଦାନ ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର