ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା: ସବ୍‌ଜୁନିଅର ବର୍ଗରେ ଚନ୍ଦନଙ୍କୁ ବ୍ରୋଞ୍ଜ

ହରିଚନ୍ଦନପୁର : ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ସ୍ଵର୍ଣ୍ଣଭାରତୀ ଇଣ୍ଡୋର ଷ୍ଟାଡିୟମରେ ଦୁଇଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାର ସବ୍‌ଜୁନିଅର ବର୍ଗରେ ହରିଚନ୍ଦନପୁର ବ୍ଲକ୍‌ ଜୁଙ୍ଗା ପଞ୍ଚାୟତ ବଲାଣିପଶି ଗ୍ରାମର ଡମ୍ବରୁଧର ନାଏକଙ୍କ ପୁଅ ଚନ୍ଦନ ପ୍ରକାଶ ନାଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ଏବେ କେନ୍ଦୁଝର ଡିଏନ୍ ହାଇସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି। ପୂର୍ବରୁ ଚନ୍ଦନ ଜାତୀୟ କରାଟେ ପ୍ରତିଯୋଗିତାର ସବ୍‌ଜୁନିଅର ବର୍ଗରେ ଦୁଇଥର ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଚନ୍ଦନ ଆହତ ହୋଇଥିଲେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ବାପା ଡମ୍ବରୁଧର ଓ ମା’ କ୍ଷୀରୋଦିନୀ ଆନନ୍ଦ ପ୍ରକାଶ କରିଛନ୍ତି। କୋଚ୍‌ ପ୍ରବୀଣ କୁମାର ଦେଓଙ୍କ ଠାରୁ ଚନ୍ଦନ ପ୍ରଶିକ୍ଷଣ ନେଉଛନ୍ତି।

ସମ୍ବନ୍ଧିତ ଖବର